X
Breaking News
ନ୍ୟୁଜ୍

ଏବେବି ଅନ୍ଧାରରେ କେନ୍ଦୁପତ୍ର ତୋଳାଳିଙ୍କ ଭାଗ୍ୟ, ମିଳିପାରୁନି ସରକାରୀ ପ୍ରୋତ୍ସାହନ

Kendu Patra

ଅନୁଗୁଳ: କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ସରକାରୀ ଯୋଜନା ସାତ ସପନ । ଅନୁଗୁଳର ଛେଣ୍ଡିପଦା ଓ କିଶୋରନଗର ଅଞ୍ଚଳର କେନ୍ଦୁପତ୍ର ତୋଳାଳିମାନେ ଜଙ୍ଗଲ ଭିତରୁ ନିଜ ଜୀବନକୁ ପାଣି ଛଡାଇ କେନ୍ଦୁପତ୍ର ସଂଗ୍ରହ କରିଥାନ୍ତି । ଏଥିରୁ ମିଳୁଥିବା ପାରିଶ୍ରମିକରେ ସେମାନଙ୍କର ପରିବାର ଚଳିଥାଏ । ମାତ୍ର ସେମାନଙ୍କୁ ଉପଯୁକ୍ତ ପାରିଶ୍ରମକି ମିଳୁନଥିବା ଅଭିଯୋଗ ହୋଇଛି ।

ଶହେଟି କେନ୍ଦୁପତ୍ରକୁ ନେଇ ପ୍ରସ୍ତୁତ ହୋଇଥାଏ ଗୋଟାଏ ବିଡା । ଏବଂ ଗୋଟିଏ ବିଡା ପିଛା ସରକାର ସେମାନଙ୍କୁ ମାତ୍ର ଶହେ ଟଙ୍କା ଦେଇଥାନ୍ତି । ସେହିପରି କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ସରକାରଙ୍କ ପକ୍ଷରୁ ଚପଲ,ପାଣି ବୋତଲ, ଛତା ଓ ଗାମୁଛା ଦେବାର ନିୟମ ରହିଛି କିନ୍ତୁ ଏଠାକାର ଅଧିକାଂଶ ଶ୍ରମିକଙ୍କୁ ଏହା ମିଳୁନି । ୨୦୧୮ ମସିହାରେ କେନ୍ଦୁପତ୍ର ବିଡ଼ା ପ୍ରତି ୧ଟଙ୍କା ଲେଖାଏଁ ବୋନସ୍ ମିଳିବାର ଥିଲେ ମଧ୍ୟ ଆଜି ଯାଏ ମିଳିନି । ସମସ୍ତ ଯୋଜନା ବାଟବଣା ହେବାରେ ଲାଗିଛି । ଅନ୍ୟପଟେ କେନ୍ଦୁପତ୍ର ବିଭାଗର ଛେଣ୍ଡିପଦା ରେଞ୍ଜର ଗିରିଶ ଚନ୍ଦ୍ର ପଣ୍ଡା ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ଜିଏସଟି ଲାଗୁ ହେଲାପରେ କେନ୍ଦୁପତ୍ର ଉପରେ ୧୮% ଓ ବିଡି ଉପରେ ୨୮% ଟିକସ ବସିଛି । ଅନ୍ୟପଟେ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳୁନି । ତେଣୁ ଅନ୍ଧକାର ଭିତରକୁ ଠେଲି ହୋଇଯାଉଛି କେନ୍ଦୁପତ୍ର ତୋଳାଳିଙ୍କ ଭାଗ୍ୟ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top