ଅପରାଧ

ପାରିବାରିକ କଳହର କରୁଣ ପରିଣତି, ଭାଇକୁ ହତ୍ୟା କଲା ଭାଇ !

Khordha Murder

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପଦ୍ମପୁର ଗାଁରେ ଭାଇକୁ ମାରିଲା ଭାଇ । ମୃତକ ହେଉଛନ୍ତି ପ୍ରଶାନ୍ତ ନାୟକ । ରାଜ୍ୟ ବାହାରେ ରହି ପ୍ରଶାନ୍ତ ରୋଜଗାର କରୁଥିଲେ । ପୁଅ ଘରେ ନଥିବାର ସୁଯୋଗ ନେଇ ଅନେକ ସମୟରେ ପ୍ରଶାନ୍ତଙ୍କ ପତ୍ନୀଙ୍କ ଉପରେ ଅତ୍ୟାଚାର କରୁଥିଲେ ଶାଶୁ, ନଣନ୍ଦ ଓ ଦିଅର । ପରେ ପ୍ରଶାନ୍ତଙ୍କ ପତ୍ନୀ ସେଠାରୁ ଖସି ଆସି ନିଜ ବାପ ଘରେ ରହୁଥିଲେ । କିନ୍ତୁ ଲକ୍ଷ୍ମୀ ପୂଜା ଉପଲକ୍ଷେ ପ୍ରଶାନ୍ତ ନିଜ ଗାଁକୁ ଆସିଥିବା ବେଳେ ପତ୍ନୀଙ୍କ ପାଖକୁ ମଧ୍ୟ ଯାଇଥିଲେ ।

ହେଲେ ପ୍ରଶାନ୍ତ କାହିଁକି ପତ୍ନୀଙ୍କୁ ଭେଟିବାକୁ ଯାଇଥିଲେ ବୋଲି ପ୍ରଶାନ୍ତଙ୍କ ପରିବାର ମଧ୍ୟରେ କଳହ ଆରମ୍ଭ ହୋଇଥିଲା । ପ୍ରଶାନ୍ତଙ୍କ ସାନ ଭାଇ ଏହାକୁ ଅଧିକ ବିରୋଧ କରିଥିଲେ । ଏହି କାରଣରୁ ପ୍ରଶାନ୍ତ ଓ ତାଙ୍କ ସାନ ଭାଇ ମଧ୍ୟରେ ବଚସା ହୋଇଥିଲା । ପରେ ପ୍ରଶାନ୍ତଙ୍କୁ ଯୋଜନା ବଦ୍ଧ ଭାବେ ତାଙ୍କ ସାନ ଭାଇ ହତ୍ୟା କରିଥିବା କୁହାଯାଉଛି । ଏନେଇ ପ୍ରଶାନ୍ତଙ୍କ ପତ୍ନୀଙ୍କ ପାଖକୁ ଫୋନ କଲ ମଧ୍ୟ ଆସିଥିଲା । ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ସେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଶାନ୍ତଙ୍କ ପତ୍ନୀ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top