ନ୍ୟୁଜ୍

ଲଗାଣ ବର୍ଷାରେ ବେହାଲ ଉଷ୍ମ ପ୍ରଶବଣ ଅଟ୍ରି

Atri

ଖୋର୍ଦ୍ଧା: ଲଗାଣ ବର୍ଷାରେ ବେହାଲ ଉଷ୍ମ ପ୍ରଶବଣ ଅଟ୍ରି । ଖୋର୍ଦ୍ଧା ଅଟ୍ରି ଉସ୍ମ ଜଳ ପ୍ରପାତରେ ଲଗାଣ ବର୍ଷାର କୁପ୍ରଭାବ ଦେଖିବାକୁ ମିଳିଛି । ଦୁଇଦିନର ଲଗାଣ ବର୍ଷାରେ ଅଟ୍ରି ପର୍ଯ୍ୟଟନ  କ୍ଷେତ୍ରର ଗାଧୁଆ କୁଣ୍ଡ ଚାରୋଟି ସଂପୂର୍ଣ୍ଣ ରୂପେ ବୁଡିଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଯଦି ଏହିପରି ଲଗାଣ ବର୍ଷା ଲାଗିରହେ ତେବେ ଉଷ୍ମପ୍ରସ୍ରବଣ କେନ୍ଦ୍ର ସଂପୂର୍ଣ୍ଣ  ବୁଡିଯିବାର ଆଶଙ୍କା ରହିଛି । ଏନେଇ ସେଠାକାର ପୂଜକ କହିଛନ୍ତି ଯେ, ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଏ ସମସ୍ୟା ନେଇ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ପ୍ରକାର ସମାଧାନ ହୋଇପାରୁ ନାହିଁ । ପ୍ରଶାସନର ଏଭଳି ବୈମାତୃକ ମନୋଭାବ ଯଦି ରହିବ ତାହାଲେ ଆଗାମୀ ଦିନରେ ଉଷ୍ମ ପ୍ରଶବଣ ଅଟ୍ରି ପର୍ଯ୍ୟଟନ କ୍ଷେତ୍ରର ଗାରିମା ଧିରେ ଧିରେ କମିଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top