ଅପରାଧ

‘ନିଶା ମୁକ୍ତି ଅଭିଯାନ’ ଆବାହକଙ୍କୁ ମଦ ବ୍ୟବସାୟୀଙ୍କ ଆକ୍ରମଣ

Amar ujibin

କୋରାପୁଟ/ ଜୟପୁର: ବାଣ ଫୁଟାକୁ କେନ୍ଦ୍ର କରି ନିଶା ମୁକ୍ତି ଅଭିଯାନର ଆବାହକ ଅମର ଉଜ୍ଜବିନ୍‌ ନାୟକଙ୍କ ଉପରେ ଆକ୍ରମଣ । କୋରାପୁଟ ଜିଲ୍ଲା ଜୟପୁର ଖ୍ରୀଷ୍ଟିଆନ ସାହିରେ ଏହି ଘଟଣା ଘଟିଛି । ଗତକାଲି ବାଣ ଫୁଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଉଜ୍ଜବିନ ଜୟପୁରରେ ନିଶା ମୁକ୍ତି ଅଭିଯାନ ଚଳାଇ ଆସୁଥିବାବେଳେ କିଛି ଦିନ ହେବ ମଦ ମାଫିଆଙ୍କ ଟାର୍ଗେଟରେ ଥିଲେ । ଦୀପାବଳି ରାତିରେ ଜଣେ ମଦ ବ୍ୟବସାୟୀ ଉଜ୍ଜବିନ୍‌ଙ୍କ ଘର ସାମ୍ନାରେ ବାଣ ଫୁଟାଇଥିଲେ । ଉଜ୍ଜବିନ୍‌ଙ୍କ ସହ ତାଙ୍କର କିଛି ସାଥୀ ମଧ୍ୟ ସେଠାରେ ଉପସ୍ଥିତ ରହି ବାଣ ଫୁଟାଉଥିଲେ ।

Amar ujibin

ତେବେ ସେମାନେ ଉଜ୍ଜବିନ୍‌ଙ୍କ ଘର ସାମ୍ନାରେ ବାଣ ଫୁଟାଇବା ସହ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ତେଣୁ ଏହାକୁ ଉଜ୍ଜବିନ୍‌ ବିରୋଧ କରିଥିଲେ । ଫଳରେ ମଦ ବ୍ୟବସାୟୀ ଓ ତାଙ୍କ ସାଥୀମାନେ ମିଶି ଉଜ୍ଜବିନ୍‌ଙ୍କୁ ବିଭନ୍ନ ଗାଳିଗୁଳଜ କରିବା ସହ ତାଙ୍କୁ ଆକ୍ରମଣ କରିବାକୁ ବି ପଛାଇନଥିଲେ । ଅକ୍ରମଣ ଫଳରେ ଉଜ୍ଜବିନ୍‌ ଆହତ ହୋଇଥିବା ଦେଖାଯାଇଛି । ଏନେଇ ଥାନାରେ ସେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ କରିବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି । ଗଣ୍ଡଗୋଳ ଘଟିବା ସମୟରେ ମଧ୍ୟ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top