ଅପରାଧ

୯୨ ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ

Cannabis

କୋରାପୁଟ: କୋରାପୁଟ ଜିଲ୍ଲା ବୈପାରିଗୁଡ଼ାର ବିଭିନ୍ନ ସ୍ଥାନରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ପ୍ରଶାସନ ପକ୍ଷରୁ ଚିପାକୁର ପଞ୍ଚାୟତରେ ଅପରେସନ ଗ୍ରୀନ ଡାଇମଣ୍ଡ ଦ୍ୱାରା ବେଆଇନ ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ଜଣାପଡିଛି । ବୈପାରୀଗୁଡା ତହସିଲଦାର ସଂଜୀବ କୁମାର ସାହୁଙ୍କ ଉପସ୍ଥିତରେ ଏହି ପଦକ୍ଷେପ ନିଆଯାଇଛି । ଚିପାକୁରର ଜବା ଗାଁରେ 40 ଏକର, ବଡ଼ଖାଦରା ଗାଁରେ 18 ଏକର ଓ ଗୋଲରିଗୁଡାରେ 34 ଏକର । ବେଆଇନ ଭାବେ ମୋଟ 92 ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି । ବୈପାରିଗୁଡା ବିଏସ୍‌ଏଫ୍‌, ଏସ୍‌ଓଜି ଯବାନ, ବୈପାରିଗୁଡା ପୋଲିସ, ବନବିଭାଗ, ରାଜସ୍ୱ ବିଭାଗ ସହ ବୈପାରିଗୁଡା, ବୋରିଗୁମ୍ମା, ଜୟପୁର, କୋରାପୁଟର ଅବକାରୀ ବିଭାଗ, କର୍ମକର୍ତ୍ତାମାନେ ଏହି ଅପରେସନ ଗ୍ରୀନ ଡାଇମଣ୍ଡରେ ସାମିଲ ଥିଲେ ।

Cannabis

Click to comment

Leave a Reply

Your email address will not be published. Required fields are marked *

Most Popular

To Top