X
Breaking News
ନ୍ୟୁଜ୍

ବିଜେଡି ଭାଇସ୍‌ ଚେୟାରମ୍ୟାନଙ୍କ ଗାଡ଼ିରୁ ମାଦକ ଦ୍ରବ୍ୟ ଜବତ

liquor seized

ପୁରୀ: ବିଜେଡି ଭାଇସ ଚେୟାରମ୍ୟାନଙ୍କ ଗାଡ଼ିରୁ ମାଦକ ଦ୍ରବ୍ୟ ଜବତ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ । ପୁରୀ ଜିଲ୍ଲାର ସତ୍ୟବାଦୀ ନିର୍ବାଚନମଣ୍ଡଳୀ କଣାସ ବ୍ଲକ ଅନ୍ତର୍ଗତ ୭୮ନମ୍ବର ବୁଥରେ ସାନି ମତଦାନ ହୋଇଥିଲା । ସାନି ମତଦାନ ଦେଇ ଫେରୁଥିବା ବେଳେ ଏହି ବ୍ଲକର  ବିଜେଡି ଭାଇସ୍‌ ଚେୟାରମ୍ୟାନଙ୍କ ଗାଡିରୁ ମାଦକ ଦ୍ରବ୍ୟ ସ୍ଥାନୀୟ ଲୋକେ ତାଙ୍କ ଗାଡି ଭିତରୁ ଜବତ କରିଥିଲେ । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି  । ଏହାସହ ଗ୍ରାମବାସୀମାନେ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା ମଧ୍ୟ କରିଥିଲେ । ଖବର ପାଇ  ଘଟଣା ସ୍ଥଳରେ ପୁରୀ sp ପହଞ୍ଚି ପରିସ୍ଥିତି ସମୀକ୍ଷା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top