X
Breaking News
ଅପରାଧ

ପ୍ରେମର କରୁଣ ପରିଣତି, ନାବାଳିକା ପ୍ରେମିକାର ମୁହଁକୁ ବ୍ଲେଡରେ କାଟିଲା ପ୍ରେମିକ

Bls

ବାଲେଶ୍ୱର: ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବାକୁ ପ୍ରୟାସ କଲା ପ୍ରତାରକ ପ୍ରେମିକ । ଏଥିରେ ବିଫଳ ହୋଇ ନାବାଳିକା ପ୍ରେମିକାର ମୁହଁକୁ ବ୍ଲେଡରେ କାଟି ରକ୍ତାତ କରି ପକାଇଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ  । ଗତାକଲି ବିଳମ୍ବିତ ରାତିରେ ଜନୈକ ନାବାଳିକାଙ୍କୁ ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛନ୍ତି  ।

ସୂଚନାଅନୁଯାୟୀ, ନାବାଳିକାଙ୍କ ପ୍ରେମିକ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ନେଇଯାଇଥିଲା । କିନ୍ତୁ ଅଧାବାଟରେ ଦୁଷ୍କର୍ମ କରିବାକୁ ପ୍ରୟାସ କରି ବିଫଳ ହେବା ପରେ ରାଗରେ ନାବାଳିକାଙ୍କ ମୁହଁକୁ ବ୍ଲେଡରେ କାଟି ପକାଇଥିଲା ।

ତେବେ ନାବାଳିକାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବାରୁ ପ୍ରତାରକ ପ୍ରେମିକ ସେଠାରୁ ଖସି ପଳାଇଥିଲା । ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚିବା ସହ  ଘଟଣାର ତଦନ୍ତ ଆରମ୍ଭ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top