X
Breaking News
ନ୍ୟୁଜ୍

ମାଲକାନଗିରିରେ ମାଓ ତାଣ୍ଡବ, ଉଡ଼ାଇଲେ ପଞ୍ଚାୟତ କାର୍ଯ୍ୟାଳୟ

Maoist

ମାଲକାନଗିରି: ପୁଣି ଦେଖିବାକୁ ମିଳିଛି ମାଓ ତାଣ୍ଡବ । ନିର୍ବାଚନ ସରିଥିଲେ ମଧ୍ୟ ମାଓବାଦୀ ନିଜର ସ୍ଥିତି ଜାହିର କରିଛନ୍ତି । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଟେମୁରପାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଉଡ଼ାଇ ଦେଇଛନ୍ତି । ୩୦ରୁ ଅଧିକ ମାଓବାଦୀ ଏକାଠି ଆସି ଏଭଳି କାଣ୍ଡ ଭିଆଇଥିବା ସୂଚନା ମିଳିଛି ।

ଛତିଶଗଡ ଦରଭା ଡିଭିଜନର ମାଓବାଦୀମାନେ ଏହି ବିସ୍ଫୋରଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମିଥ୍ୟା ଏନ୍‌କାଉଣ୍ଟର ଓ ଗିରଫଦାରୀକୁ ବିରୋଧ କରି ମାଓବାଦୀ ଏଭଳି କାଣ୍ଡ କରିଥିବା ଘଟଣାସ୍ଥଳରୁ ମିଳିଥିବା ପୋଷ୍ଟରରୁ ସ୍ପଷ୍ଟ ହୋଇଛି । ଏଭଳି ଖବର ପାଇ ଘଟଣାସ୍ଥଳରେ ବିଏସ୍‌ଏଫ ଯବାନମାନେ ପହଞ୍ଚି ଅପରେସନ ଜୋରଦାର କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top