X
Breaking News
ନ୍ୟୁଜ୍

ମାଲକାନଗିରି: ଫେରାର୍ କଏଦୀ ଗିରଫ

arrest

ମାଲକାନଗିରି: ଫେରାର୍ କଏଦୀ ଗିରଫ । ଗତ ୫ତାରିଖରୁ ମାଲକାନଗିରି ମୁଖ୍ୟ  ଜେଲରୁ ଫେରାର୍ ହୋଇଯାଇଥିବା କଏଦୀକୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରାଯାଇଛି । ଏମଭି 45 ଗାଁ ନିକଟରେ ଥିବା ଜଙ୍ଗଲରୁ ପୋଲିସ ଫେରାର କଏଦୀ ଜଣକୁ ଗିରଫ କରିଛି । ଗତ ୫ ତାରିଖରେ ଜେଲ କାନ୍ଥରେ ଥିବା ଏକ ଫାଟ ଦେଇ କଏଦୀ ଜଣକ ଫେରାର ହେଇଯାଇଥିଲା ।

କାରାଗାରରେ ଡ୍ରେନ ସଫା କାମ ଚାଲୁଥିବା ସମୟରେ କଏଦି ଜଣଙ୍କ ଚମ୍ପଟ ମାରି ପଳାଇଯାଇଥିଲା । କଏଦୀ ଜଣକ ଅଜିତ ଦକୁଆ। ଅଜିତ ଗତ ଜାନୁଆରୀ 14ତାରିଖରେ ବାଲିମେଳାରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top