ଅପରାଧ

ନକଲି ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ଜୀବନ ଗଲା

Fake doctor

ମାଲକାନଗିରି: ପୁଣି ପୋଲିସ କବଜାରେ ଜଣେ ନକଲି ଡାକ୍ତର । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ଉପାନ୍ତ ଜିଲ୍ଲା ମାଲକାନଗିରି ଅଞ୍ଚଳରେ ଜଣେ ନକଲି ଡାକ୍ତରକୁ ପୋଲିସ ଗିରଫ କରିଛି । କାଲିମେଳା ବ୍ଲକ ଅନ୍ତର୍ଗତ ବଦଲି ପଞ୍ଚାୟତର ଏମ୍‌ ଭି 41 ଗ୍ରାମର ସମେନ୍ଦ୍ର ମିତ୍ର ନାମକ ଜଣେ ବ୍ୟକ୍ତି ନିଜକୁ ଡାକ୍ତର ଆକ୍ଷା ଦେଇ ଦୀର୍ଘ ବର୍ଷ ଧରି ବେନିଆଇନ୍‌ ଭାବେ ରୋଗୀ ସେବା କରି ଆସୁଥିଲେ ।

ତେବେ ନିଜର ଗୋଟିଏ ଭୁଲ ଯୋଗୁଁ ସେ ନକଲି ଡାକ୍ତର ବୋଲି ଧରାପଡ଼ିଛନ୍ତି । ଜଣେ ରୋଗିଙ୍କୁ ଭୁଲ ଇଂଜେକସନ ଦେବା ପରେ ତାଙ୍କର ପର୍ଦ୍ଦାଫାସ୍‌ ହୋଇଛି । ଏହି ଭୁଲ୍‌ ଇଞ୍ଜେକ୍ସନର ଶିକାର ହୋଇଛନ୍ତି ପୁଲିମେଟଲା ଏମପିଭି 6 ଗ୍ରାମର ମନି ବୈଦ୍ୟଙ୍କ ପୁଅ ସମୀର । ଭୁଲ୍‌ ଇଞ୍ଜେକ୍ସନ ନେବା କାରଣରୁ ସମୀରଙ୍କ ମୃତ୍ୟୁ ହୋଇଛି । ସମୀରଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।ଅଭିଯୋଗ ଆଧାରରେ କାଲିମେଳା ପୋଲିସ ନକଲି ଡାକ୍ତର ସମେନ୍ଦ୍ରଙ୍କୁ ଗିରଫ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top