X
Breaking News
ନ୍ୟୁଜ୍

ଗାଧୋଇବାକୁ ଯାଇ ଫେରିଲେନି, ପ୍ରଶ୍ନଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନବାଚୀ !

murder

ଅନୁଗୁଳ: ପୁଣି ଜଣେ ଯୁବକଙ୍କ ଗଳା କଟା ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଅନୁଗୁଳ ଜିଲ୍ଲା ପାଳଲହଡା ରାଧାସାହିରେ ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରାଯାଇଛି । ମୃତ ଯୁବକ ଜଣଙ୍କ ହେଲେ ପାଲଲହଡା ରାଧାସାହିର ପ୍ରଶ୍ନ ନାୟକ । ଗତକାଲି ସଂଧ୍ୟାରେ ଗାଧୋଇ ବାକୁ ଯାଉଛି କହି ଯୁବକ ଜଣକ ଆଉ ଘରକୁ ଫେରି ନଥିଲେ । ବିଳମ୍ବିତ ରାତିରେ ଘରଲୋକେ ଖୋଜାଖୋଜି କଲାବେଳେ ଗାଁ ମୁଣ୍ଡରେ ପ୍ରଶ୍ନର ମୃତ ଦେହ  ପଡ଼ିଥିବା ଦେଖିଥିଲେ ।

ଦୁର୍ବୃତ୍ତ ମାନେ ପ୍ରଶ୍ନଙ୍କୁ ରାଧାସାହିର ରାସ୍ତା ମଝିରେ ଗଳା କାଟି ହତ୍ୟା କରିବା ପରେ ରାସ୍ତାରେ ଫୋପାଡ଼ି ଫେରାର ହୋଇଯାଇଛନ୍ତି । ତେବେ ହତ୍ୟାକାଣ୍ଡର କାରଣ ଏବଂ କିଏ ହତ୍ୟାକାରୀ ତାହା ସ୍ପଷ୍ଟ ହୋଇନାହିଁ । ଖବର ପାଇ ପାଲଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top