X
Breaking News
ନ୍ୟୁଜ୍

କାମରେ ଲାଗୁନି ଆମ୍ବ ଚାଷୀଙ୍କ ପାଇଁ ଉଦିଷ୍ଟ ଆମ୍ବ ହବ

mango

ରାୟଗଡ଼ା: ପ୍ରହସନ ପାଲଟିଛି ଜିଲ୍ଲାପ୍ରଶାସନର ଆମ୍ବ ହବ । ଜିଲ୍ଳାରେ ଉତପାଦିତ ଆମ୍ବର ରକ୍ଷଣାବେକ୍ଷଣ ସାଙ୍ଗକୁ ରୋଗପୋକ ଦାଉରୁ ରକ୍ଷା କରିବା ପାଇଁ ଉଦିଷ୍ଟ ଏହି ପ୍ରକଳ୍ପ ଆମ୍ବଚାଷୀଙ୍କ କାମରେ ଲାଗିପାରୁନାହିଁ ।

mango

ଏ ହେଲା କେନ୍ଦ୍ର ସରକାରଙ୍କ ଆଇସିଆର ଏବଂ ଆଇଆରଆଇ ଯୋଜନାରେ ପ୍ରତିଷ୍ଟିତ ଆମ୍ବ ହବ । ୨୦୧୭ ରେ ଜିଲ୍ଲାର ଚାଷୀଙ୍କ ହିତ ପାଇଁ ଭାରତୀୟ କୃଷୀ ଅନୁସଂନ୍ଧାନ ପରିଷଦ ଏବଂ ଭାରତୀୟ କୃଷୀ ଅନୁସଂନ୍ଧାନ ସଂସ୍ଥାନ ଦ୍ୱାରା ୨ କୋଟି ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇ ଲୋକାର୍ପିତ କରାଯାଇଥିଲା । ଏପରିକି ରାଜ୍ୟ ସରକାର ମଧ୍ୟ ଏହି ପ୍ରକଳ୍ପ ପାଇଁ ପାଣି ଓ ବିଦ୍ୟୁତ ବାବଦକୁ ୨୪ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ଲକ୍ଷ ରହିଥିଲା ବିଶେଷକରି ବିଦେଶକୁ ରପ୍ତାନି ହେଉଥିବା କାଶିପୁର ବ୍ଲକର ଆମ୍ବ ସାଙ୍ଗକୁ ସ୍ଥାନିୟ ଅଞ୍ଚଳର ଚାଷୀଙ୍କ ଆମ୍ବକୁ ଫ୍ରୁଟ ଫ୍ଲାଇ ଭଳି ରୋଗ ଦାଉରୁ ରକ୍ଷା କରିବା ସାଙ୍ଗକୁ ଦୀର୍ଘଦିନ ଦେଶୀୟ ପଦ୍ଧତୀରେ ସତେଜ ରଖିବା । ତେବେ ଦୁଇବର୍ଷ ମଧ୍ୟରେ ମାତ୍ର ମାସଟିଏ, ସେପୁଣି ୨୫ କ୍ୱିଟାଂଲ ଆମ୍ବ ପରିକ୍ଷଣ ଭାବେ ବିଶୋଧନ କରିବା ପରଠାରୁ ବନ୍ଦ ହୋଇ ପଡ଼ିଛି ଏହି ପ୍ରକଳ୍ପଟି । ଫଳରେ ଏତେ ବଡ଼ ଆମ୍ବ ହବଟି ଚାଷୀଙ୍କର କୌଣସୀ କାମରେ ଆସୁନଥିବା ଦେଖିବାକୁ ମିଳିଛି ।

ସେପଟେ ପରିଚାଳନା ଗତ ତୃଟି ଯୋଗୁଁ ଜିଲ୍ଲାର ଆମ୍ବ ଚାଷୀଙ୍କ ସମସ୍ୟାର ସମାଧାନରେ ଅନ୍ତରାୟ ସୃଷ୍ଟି କରିଛି ଏହି ଆମ୍ବ ହବ । ଅନ୍ୟ ଅଚଂଳ ଅପେକ୍ଷା ଜିଲ୍ଲାରେ ଆମ୍ବ ଉତପାଦନ ଜୁନ ଶେଷ ସପ୍ତାହରେ ଆରମ୍ଭ ହେଉଥିବା ବେଳେ ବର୍ଷା ଯୋଗୁଁ ଚାଷୀ ଏଠି କ୍ଷତି ସହୁଛି । ପ୍ରତିବର୍ଷ ଜିଲ୍ଲାରୁ ହଜାର ହଜାର ଟନ ଆମ୍ବ ଟ୍ରେନ ଯୋଗେ ମୁମ୍ବାଇ , ଦିଲ୍ଲି , କଲିକତା ସହ ବିଦେଶକୁ ରପ୍ତାନି ହେଉଥିବା ବେଳେ ଆମ୍ବର ମାନ ନେଇ ଚାଷୀ ଉଚିତ ଦର ପାଉନଥିବା ଅଭିଯୋଗ ହେଉଛି । ତେବେ ଏନେଇ ଉଦ୍ୟାନ ବିଭାଗର ଉପନିର୍ଦ୍ଧେଶକଙ୍କ କହିବା କଥା ହେଲା ବିଦ୍ୟୁତ ବିଲ ୧୧ ଲକ୍ଷ ଟଙ୍କା ବକେୟା ଯୋଗଁ ବିଦ୍ୟୁତ ବିଭାଗ ବିଦ୍ୟୁତ ବିଛିନ୍ନ କରିଥିବା ଯୋଗୁଁ ପ୍ରକ୍ରିୟଣ ଯୁନିଟ କାର୍ଯ୍ୟକ୍ଷମ ହୋଇପାରୁନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top