X
Breaking News
  • ନେପାଳରେ ଭୂକମ୍ପ ଝଟ୍‌କା
  • ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡକାରୀ
  • ନୟାଗଡ: ବନ୍ଧୁକ ଲୁଟିଲେ ମାଓବାଦୀ
ନ୍ୟୁଜ୍

ଟଙ୍କା-ନାରୀ ବଦଳରେ ବିଜେଡି ଟିକେଟ୍‌: ସଙ୍ଗୀନ ଅଭିଯୋଗ ଆଣିଲେ ଦଳୀୟ କର୍ମୀ, ଭିଡିଓ ଭାଇରାଲ

bjd

ମୟୁରଭଞ୍ଜ: ବିଭିନ୍ନ ସମୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ବିଜେଡି ନେତା-ମନ୍ତ୍ରୀମାନେ ଭୋଟରଙ୍କୁ ପ୍ରଲୋଭନ ଦେଖାଇବା ଅଭିଯୋଗ ସାମ୍ନାକୁ ଆସଛି । କେବେ ଟଙ୍କା ପ୍ରଲୋଭନ ତ ପୁଣି କେବେ ଯୋଜନାର ପ୍ରଲୋଭନ ଦେଖାଇ ଭୋଟରଙ୍କୁ ଆକୃଷ୍ଟ କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ତେବେ ପୁଣି ଏଭଳି ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଖୋଦ୍ ବିଜେଡି ବରିଷ୍ଠ କର୍ମୀ ଭ୍ରଷ୍ଟ ରାଜନୀତି କଥା ଉଠାଇ ବିଜେଡି ଟିକେଟ୍ ଆବଣ୍ଟନର ପୋଲ ଖୋଲ କରିଛନ୍ତି ।

ବମନଘଟି ଉପଖଣ୍ଡ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ବରିଷ୍ଠ କର୍ମକର୍ତ୍ତା  ସଙ୍ଗୀନ ଅଭିଯୋଗ  ଆଣିଛନ୍ତି । ମନି-ହନି ମାଧ୍ୟମରେ ବିଜେଡିରୁ ମିଳେ ଟିକଟ୍ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ ବିଜେଡି କର୍ମୀ ଓ ନେତା । ସ୍ଥାନୀୟ ମହିଳାଙ୍କୁ ଟିକେଟ୍‌ ପାଇବା ପାଇଁ ଉପଯୋଗ କରୁଥିବା ଅଭିଯୋଗ ଆଣିଛନ୍ତି ଦଳୀୟ କର୍ମୀ  ।

ଅଭିଯୋଗ ଅନୁଯାୟୀ ଜିଲ୍ଲା ପର୍ଯ୍ୟବେକ୍ଷକ ମାନେ ୫୦ ଲକ୍ଷ ଟଙ୍କା ନେବା ସହିତ ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ମାଆ-ଭଉଣୀଙ୍କ ଇଜ୍ଜତ ନେଇ ଟିକେଟ୍‌ ଦେଉଥିବା ଜଣାପଡିଛି । ସ୍ଥାନୀୟ ମହିଳାଙ୍କ ଉପରେ ଅତ୍ୟାଚାର କରାଯାଇ, ତାଙ୍କୁ ରାତ୍ରୀ ଯାପନ କରିବାକୁ ବାଧ୍ୟ କରାଯାଉଛି । ପର୍ଯ୍ୟବେକ୍ଷକମାନେ ଏଭଳି ଭ୍ରଷ୍ଟନୀତି ଆପଣାଇ ଅଯୋଗ୍ୟ ବ୍ୟକ୍ତିଙ୍କୁ ଟିକେଟ୍ ବାଣ୍ଟୁଥିବା ଅଭିଯୋଗ ଆସୁଛି ।

ତେବେ ଏନେଇ ଦଳୀୟ ଅସନ୍ତୋଷ ଦେଖିବାକୁ ମିଳିଛି । ଏହାସହ ପର୍ଯ୍ୟବେକ୍ଷକଙ୍କୁ ବହିଷ୍କାର କରାଯିବା ନେଇ ସୁପ୍ରିମୋଙ୍କ ନିକଟରେ ଦାବି କରାଯିବ ବୋଲି କହିଛନ୍ତି । ନହେଲେ ଆଗାମୀ ଦିନରେ ବିଜେଡି କଥିତ ସ୍ଥାନରେ ମୂଳପୋଛ ହୋଇଯିବ ବୋଲି କହୁଥିବା ଭିଡିଓରୁ ଜଣାପଡିଛି । ଟିକେ ନଜର ପକାନ୍ତ…

Click to comment

Leave a Reply

Your email address will not be published. Required fields are marked *

Most Popular

To Top