X
Breaking News
ଦେଶ

ମୋଦିଙ୍କୁ ହଟାଇବା ପାଇଁ ବିରୋଧୀଙ୍କ ଭିନ୍ନ ରଣନୀତି, ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ କଂଗ୍ରେସ

Modi

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଉ ଥରେ ପ୍ରଧାନମନ୍ତ୍ରୀ ଆସନରେ ନ ବସାଇବା ପାଇଁ ମେଳି  । ଦେଶରେ ଦୁର୍ବଳ ହୋଇପଡିଥିବା କଂଗ୍ରେସ ଏବେ ଆଞ୍ଚଳିକ ଦଳ ଗୁଡ଼ିକର ସାହାରା ନେଇ ଏନଡିଏକୁ ହଟାଇବା ପାଇଁ ଆରମ୍ଭ କରିଦେଇଛି ଆପ୍ରାଣ ଉଦ୍ୟମ । ଯେନତେନ ପ୍ରକାରେଣ ମୋଦି ଯେପରି ପ୍ରଧାନମନ୍ତ୍ରୀ ନହୋଇପାରିବେ ସେଥିପାଇଁ ଜାତୀୟ ସ୍ତରରେ ଆରମ୍ଭ ହୋଇଛି ପ୍ରୟାସ  । ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି ରାଜ୍ୟ ରାଜନୀତି ଉପରେ  ।

ବିଜେଡି ଏବେ ନିଜର ମତ ସ୍ପଷ୍ଚ କରୁନଥିବା ବେଳେ ବିଜେପି କହିଛି ସିଂହକୁ ହଟାଇବା ପାଇଁ ଚାଲିଛି ବିଲୁଆ ବିଚାର । ନିର୍ବାଚନ ଶେଷ ହୋଇନି କି ଫଳାଫଳ ଆସିନାହିଁ  । ହେଲେ ସିଂହାସନ ଦଖଲ ପାଇଁ ଏବେଠାରୁ ଆରମ୍ଭ ହୋଇଗଲାଣି ପ୍ରୟାସ  । ସାରା ଦେଶରେ ମୋଦି ଲହର ଥିବା ବେଳେ ମୋଦି ଯେପରି ପ୍ରଧାନମନ୍ତ୍ରୀ ନହୋଇପାରନ୍ତି ସେଥିପାଇଁ ଏବେଠାରୁ ପ୍ରୟାସ ଆରମ୍ଭ କରିଦେଇଛି କଂଗ୍ରେସ  ।

ଏହିକ୍ରମରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବେ ବିଭିନ୍ନ ଆଞ୍ଚଳିକ ଦଳ ସହ ଆରମ୍ଭ କରିଦେଇଛନ୍ତି କଥାବାର୍ତ୍ତା  । ଆଉ ଏଥିରୁ ବାଦ୍ ପଡିନାହାନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ  । ଆଉ ବିଜେପିକୁ ହରାଇବାକୁ ଆବଶ୍ୟକ ପଡିଲେ ଦଳର ଏହି ନିଷ୍ପତ୍ତିକୁ ରାଜ୍ୟ କଂଗ୍ରେସ ସମର୍ଥନ ଜଣାଇବ ବୋଲି କହିଛନ୍ତି ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ ।  ବିଜେଡି କହିଛି ଦଳ 23 ପରେ ତାର ନିଷ୍ପତ୍ତି ନେବ  । ସେପଟେ ନବୀନଙ୍କୁ ମନାଇବା ପାଇଁ ଗାନ୍ଧୀ ପରିବାରର ପ୍ରିୟଙ୍କା ଗାନ୍ଧୀ ଓ ତାଙ୍କର ବିଶ୍ୱସ୍ତ କମଳନାଥ ଓଡିଶା ଗସ୍ତରେ ଆସୁଥିବା ନେଇ ଚର୍ଚ୍ଚା  ।

ଅନ୍ୟପଟେ କଂଗ୍ରେସକୁ ଘାରିଛି ମୋଦି ଭୟ  । ଏପରିକି ମୋଦିଙ୍କୁ ପ୍ରଧାନମନ୍ତ୍ରୀ ନକରାଇ ଦେବାପାଇଁ ,କଂଗ୍ରେସ ପ୍ରାଧନମନ୍ତ୍ରୀ  ଆସନ ଛାଡିବାକୁ ପ୍ରସ୍ତୁତ ଥିବା ମଧ୍ୟ କହି ସାରିଲାଣି  । ଯଦି ଅତୀତ ଉପରେ ନଜର ପକାଇବା , ତାହାଲେ  1996ରେ ବାଜପେୟୀ ନେତୃତ୍ୱାଧୀନ ଏନଡିଏକୁ କ୍ଷମତାରୁ ହଟାଇବା ପାଇଁ କଂଗ୍ରେସ, ଦେବଗୌଡାଙ୍କୁ  ପ୍ରଧାନମନ୍ତ୍ରୀ କରାଇଥିଲା  । ଫଳରେ  ଗୋଟିଏ ସରକାରରେ 2ଟି ପ୍ରଧାନମନ୍ତ୍ରୀ ଦେଖିଥିଲା ଦେଶ  ।  ଏହି ଇତିହାସର ପୁନରାବୃର୍ତ୍ତି ପାଇଁ ପ୍ରୟାସ ଚଳାଇଛି କଂଗ୍ରେସ  । ମୋଦି – ଅମିତ ଶାହାଙ୍କ ଯୋଡିକୁ ହାଟାଇବା ପାଇଁ  କଂଗ୍ରେସ କୌଣସି ବି ସ୍ଥରକୁ ଯାଇ ପାରିବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ  । ବିଜେପିର ଜବାବ୍ ଏନଡିଏକୁ ହଟାଇବା ପାଇଁ ଏବେ ଅଣ ବିଜେପି ଗୋଷ୍ଠୀ ଆରମ୍ଭ କରିଦେଇଛନ୍ତି ବିଲୁଆ ବିଚାର  ।

ମେ’ 23ରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ । ଏହା ପରେ ସ୍ପଷ୍ଟ ହେବ କିଏ ଜିତବ କିଏ ହାରିବ, ଆଉ କିଏ ଲୋଡିବ କାହାର ସହଯୋଗ । କିନ୍ତୁ ଏହା ପୂର୍ବରୁ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ନକରାଇ ଦେବାପାଇଁ ବିରୋଧୀ ଆରମ୍ଭ କରିଦେଲେଣି ମେଳି  ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top