ଜୀବନ ମନ୍ତ୍ର

JEE ଆଡଭାନ୍ସଡ ପଞ୍ଜିକରଣ ତାରିଖ ଘୁଞ୍ଚାଇବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

Courtesy: www.patrika.com

ଭୁବନେଶ୍ୱର: ଜେଇଇ ଆଡଭାନ୍ସଡ ପଞ୍ଜିକରଣ ତାରିଖ ଘୁଞ୍ଚାଇବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ଫୋନିରେ ରାଜ୍ୟର ଅଧିକାଂଶ ସ୍ଥାନରେ ମୋବାଇଲ ଓ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଥିବା ବେଳେ ରେଜିଷ୍ଟ୍ରେସନ ତାରିଖକୁ ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି ନବୀନ ।

ଜେଇଇ ଆଡଭାନ୍ସଡ ରେଜିଷ୍ଟ୍ରେସନ ପାଇଁ ଗତ ୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଗତ ୨ ତାରିଖରେ ବାତ୍ୟା ଫୋନିର ପ୍ରଭାବରେ ଓଡିଶାରେ  ମୋବାଇଲ ଓ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ହୋଇଛି । ତେଣୁ ଅନେକ ଛାତ୍ରଛାତ୍ରୀ ଏଯାଏଁ ନିଜର ନାଁ ରେଜିଷ୍ଟ୍ରେସନ କରିନାହାନ୍ତି ।

ତେଣୁ ଏଭଳି ସ୍ଥିତିରେ ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ଆହୁରି ୧୦ ଦିନ ଘୁଞ୍ଚାଇ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ । ପୂର୍ବରୁ ନିଟ୍ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଗତ ୫ରେ ହେବାକୁ ଥିବା ନିଟ୍‌ ପରୀକ୍ଷା ଆସନ୍ତା ୨୦ ତାରିଖରେ ହେବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top