ନ୍ୟୁଜ୍

ଜମି ପଟ୍ଟା ଜାଲିଆତି ଅଭିଯୋଗରେ ରଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Tehsildar

ନୟାଗଡ଼: ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ବ୍ୟାପକ ଅନିୟମିତତା ଅଭିଯୋଗରେ ଗଣଧାରଣା । ଦୀର୍ଘ ଦିନ ଧରି ଜିଲ୍ଲାର କାର୍ଯ୍ୟରତ ନିର୍ମାଣ ଶ୍ରମିକମାନଙ୍କୁ ସରକାରୀ ସୁବିଧା ସୁଯୋଗ ନ ମିଳିବା ଏବଂ ନୂଆ ଲେବର କାର୍ଡ ନ ମିଳିବା ପ୍ରତିବାଦରେ ଜିଲ୍ଲାରେ କାର୍ଯ୍ୟରତ ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଗଣଧାରଣା ଦିଆଯାଇଥିଲା । ତେବେ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ମହାସଂଘ ଧାରଣା ପ୍ରତ୍ୟାହୃତ କରିଛି ।

ସେହିଭଳି ରଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ କର୍ମଚାରୀ । ଗତ ଗୁରୁବାର ଏକ ଜମି ପଟ୍ଟା ଜାଲିଆତି ଅଭିଯୋଗରେ ଲୋଧାଚୁଆ ରାଜସ୍ୱ ନିରୀକ୍ଷକଙ୍କୁ ରଣପୁର ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା । ତେବେ ତହସିଲଦାରଙ୍କୁ ଅବଗତ ନ କରାଇ ପୋଲିସ ଗିରଫ କରିଥିବାରୁ କର୍ମଚାରୀମାନେ ଏହାର ପ୍ରତିବାଦରେ ଧାରଣା ଦେଇଥିଲେ । ସେହିପରି ଜମିପଟ୍ଟା ଜାଲିଆତିରେ କେବଳ ଆରଆଇ ନୁହନ୍ତି ଅତିରିକ୍ତ ତହସିଲଦାର ମଧ୍ୟ ସମ୍ପୃକ୍ତ ଥିବା ଦର୍ଶାଇ ସାଧାରଣ ଲୋକେ ମଧ୍ୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦେଇଥିଲେ । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top