X
Breaking News
ଜୀବନ ମନ୍ତ୍ର

ଜୁନ ୧୬ରେ ନୂଆ ଜୟବିଜୟ ମୂର୍ତ୍ତି ସଂସ୍ଥାପନ ହେବ

puri

ପୁରୀ: ଫୋନିରେ ନୀଳଚକ୍ର ଓ ମୁଖ୍ୟ ମନ୍ଦିରର ଟିକେ ବି କ୍ଷତି ହୋଇନି । ଏଏସ୍‌ଆଇ ଦ୍ୱାରା ଡ୍ରୋନ କ୍ୟାମେରାରେ ଉଠାଯାଇଥିବା ଫଟୋରୁ ଏହା ସ୍ପଷ୍ଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ।

ଏହାସହ ରଥଯାତ୍ରା ବେଳେ ଶ୍ରୀମନ୍ଦିର ଭିତରେ କଣ ମରାମତି ହେବ ଆସନ୍ତାକାଲି ନିର୍ଦ୍ଧାରଣ ହେବ । ସିଂହଦ୍ୱାରର ଜୟବିଜୟ ମୂର୍ତ୍ତିକୁ ପଥରରେ ନୂଆ ନିର୍ମାଣ କରାଯାଇଛି । ଆସନ୍ତା ୧୬ରେ ନୂଆ ଜୟବିଜୟ ମୂର୍ତ୍ତି ସଂସ୍ଥାପନ ହେବ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ।

ସୂଚନାଯୋଗ୍ୟ, ଆଜି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ସେଥିମଧ୍ୟରୁ ରଥଯାତ୍ରା ସମୟରେ ସମସ୍ତ ଚ୍ୟାନେଲ ସିଧା ପ୍ରସାରଣ କରିପାରିବେ ବୋଲି ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ରଥଯାତ୍ରାର ସିଧା ପ୍ରସାରଣ ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, କୌଣସି ଚ୍ୟାନେଲ ରଥଯାତ୍ରାର ସିଧା ପ୍ରସାରଣରୁ ବାଦ ପଡ଼ିବେନି । ଚ୍ୟାନେଲଙ୍କୁ ଶ୍ରୀମନ୍ଦିର ପାଣ୍ଠିକୁ ଅନୁଦାନ ଦେବାକୁ କୁହାଯିବ । ବିଜ୍ଞାପନ ପ୍ରସାରଣ ନକଲେ ଚ୍ୟାନେଲକୁ ଦେୟମୁକ୍ତ ରଖାଯିବ ବୋଲି ମୁଖ୍ୟ ପ୍ରଶାସକ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top