ନ୍ୟୁଜ୍

SHG ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ ଖୋଲିବ ବିକ୍ରୟ କେନ୍ଦ୍ର: ପ୍ରତାପ

Pratap-Jena

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରୀମଣ୍ଡଳ ଏବେ ଆକ୍ସନ ମୁଡରେ । ନୂଆ କରି ଦାୟିତ୍ୱ ନେଇଥିବା ମନ୍ତ୍ରୀମାନେ ନିଜ ନିଜ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ପରେ ଏବେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କାର୍ଯ୍ୟ ଆରମ୍ଭ କରିଛନ୍ତି ।

ପୂର୍ବ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ପଞ୍ଚାୟତିରାଜ ବିଭାଗ ପାଇବା ପରେ ସେ ଏବେ ଆକ୍ସନ ମୁଡରେ । ନୂଆ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇ କହିଛନ୍ତି ସବୁ ଜିଲ୍ଲା ଓ ବ୍ଲକ ସଦର ମହକୁମାରେ ଏସ୍‌ଏଚଜି ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ ଖୋଲିବ ବିକ୍ରୟ କେନ୍ଦ୍ର । ୨୦୨୪ ସୁଦ୍ଧା ସବୁ ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯିବ । ବର୍ଷା ପୂର୍ବରୁ ରାଜଧାନୀର ଡ୍ରେନେଜ୍‌ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ପ୍ରତାପ ଜେନା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top