ନ୍ୟୁଜ୍

ପଞ୍ଚଭୂତରେ ଲୀନ ହେଲେ ଅଜିତ ଦାଶ

ଭୁବନେଶ୍ୱର : ପଞ୍ଚଭୂତରେ ଲୀନ ହେଲେ ଅଜିତ ଦାଶ । ଆଜି ସତ୍ୟନଗର ମଶାଣିରେ ଅଜିତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଅଜିତଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ବଡ଼ ଝିଅ ସୁଚିସ୍ମିତା । ପ୍ରଥମେ ଅଜିତ ଦାସଙ୍କୁ ଗାର୍ଡ଼ ଅଫ ଅନର ସହ ସତ୍ୟନଗରରେ ବିଦାୟ ଦିଆଯାଇଥିଲା । ଏହାପରେ କୋଭିଡ଼ -୧୯ ନିୟମାବଳୀକୁ ପାଳନ କରି ଅନ୍ତିମ ସଂସ୍କାର  କାର୍ଯ୍ୟ ଶେଷ କରାଯାଇଥିଲା ।

ସେଠାରେ ସିନେ ଓ ନାଟ୍ୟ ଜଗତର ବହୁ ବିଶିଷ୍ଟ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଏଠି କହିରଖୁଛୁ ଯେ ଗତକାଲି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ୭୧ ବର୍ଷ ବୟସରେ ଓଲିଉଡ଼ ଜଗତର ବିଶିଷ୍ଟ ଅଭିନେତା ଅଜିତ ଦାଶଙ୍କର ପରଲୋକ ଘଟିଥିଲା । ତାଙ୍କର ବିୟୋଗରେ ସମଗ୍ର ରାଜ୍ୟ ତଥା ରାଜ୍ୟ ବାହାରର ସିନେ ପ୍ରେମୀ ମର୍ମାହତ ହୋଇପଡ଼ିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top