ନ୍ୟୁଜ୍

ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସଟ-ଡାଉନ ଘୋଷଣା କଲେ ସରପଞ୍ଚ

ଖୋର୍ଦ୍ଧା: ମହାମାରୀ କୋରୋନା ଏବେ ସାରା ବିଶ୍ୱରେ ଦିନକୁ ଦିନ କାୟାବିସ୍ତାର କରିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ କ୍ଷମତାର ପ୍ରୟୋଗ କରିଛନ୍ତି ନାଚୁଣି ଗ୍ରାମପଞ୍ଚାୟତ ସରପଞ୍ଚ । ନାଚୁଣି ସରପଞ୍ଚ ନିଜ ଅଞ୍ଚଳର ବଜାର, କହ୍ନେଇପୁର, ଜୀବନଦେଇପୁର, ଗୋରଡଝରି, ତିନି ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ନାଚୁଣି ପଞ୍ଚାୟତର ରହିଥିବା କ୍ବାରେଣ୍ଟିନ୍‌ ସେଣ୍ଟରରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା କାରଣରୁ ସରପଞ୍ଚ କାବୁଲି ପ୍ରଧାନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ନାଚୁଣି ବଜାର ଉପରେ ତିନି ଖଣ୍ଡ ଗ୍ରାମ ନିର୍ଭର କରୁଥିବାରୁ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରପଞ୍ଚ ଏହି ଘୋଷଣା କରିଛନ୍ତି। ଯାହାଦ୍ୱାରା ସରପଞ୍ଚ ୩୧.୦୫.୨୦୨୦ ସନ୍ଧ୍ୟା ୬ଟା ସମୟରୁ ୩.୦୬.୨୦୨୦  ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଜାର ସହ ତିନିଟି ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରାଛନ୍ତି। କେବଳ ଔଷଧ ଦୋକାନ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ଏବଂ ସାଧାରଣ ଲୋକଙ୍କ ଚଳାଚଳ ଏହି ସମୟରେ ବନ୍ଦ ରହିବ। ଏହା ସହିତ ତିନି ଦିନ ମଧ୍ୟରେ ଏହି ବଜାରଟିକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରାଯିବ ବୋଲି ସରପଞ୍ଚ କାବୁଲି ପ୍ରଧାନ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top