ଦେଶ

ଆଜିଠାରୁ କୋଲକତା-ଝାରସୁଗୁଡା ମଧ୍ୟରେ ବିମାନ ଚଳାଚଳ ଆରମ୍ଭ

ଭୁବନେଶ୍ୱର:  ଆଜିଠାରୁ କୋଲକାତା-ଝାରସୁଗୁଡା, ଝାରସୁଗୁଡା-ଭୁବନେଶ୍ୱର ଓ ଝାରସୁଗୁଡା-କୋଲକାତା ବିମାନ ସେବା ଆରମ୍ଭ ହୋଇଛି। ଗତ ମେ ୨୫ ତାରିଖରୁ ସ୍ଵାଭାଭିକ ହୋଇଛି ଝାରସୁଗୁଡା ବିମାନ ବନ୍ଦର । ହେଲେ ୨୫ତାରିଖରୁ ଦିଲ୍ଲୀ, ହାଇଦ୍ରାବାଦ ପାଇଁ ସ୍ପାଇସ ଜେଟ ବିମାନ ଚଳାଇ ଥିବା ବେଳେ ଏଲାଏନ୍ସ ଏୟାର ପକ୍ଷରୁ ଝାରସୁଗୁଡା-ଭୁବନେଶ୍ୱର-କୋଲକାତାକୁ ଉଡି ନଥିଲା ବିମାନ । କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ସେବାକୁ ସ୍ଥଗିତ କରାଯାଇଥିଲା।

ତେବେ ଆଜି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଏଲାଏନ୍ସ ଏୟାର ପକ୍ଷରୁ ଭୁବନେଶ୍ୱର ଓ କୋଲକାତାକୁ ବିମାନ ସେବା କରାଯାଇଛି। କୋଲକାତାରୁ ୫ଟା୫୫ ଉଡି ଝାରସୁଗୁଡାକୁ ୭ଟା୩୫ରେ ପହଁଚିଛଇ, ସେହିପରି ଝାରସୁଗୁଡାରୁ ୮ଟା୧୦ରେ ଉଡି ଭୁବନେଶ୍ୱରରେ ୯ଟା ୧୫ରେ  ପହଞ୍ଚିବ । ପ୍ରଥମ ଦିନରେ ଝାରସୁଗୁଡାରୁ ଭୁବନେଶ୍ୱର ପାଇଁ ୧୨ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ, ୨୩ ଜଣ ଯାତ୍ରୀ ଝାରସୁଗୁଡା ଆସିବେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top