ନ୍ୟୁଜ୍

ସ୍ଵତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ତାମିଲନାଡୁରୁ ଆସିଲେ ୧୭୩ ଜଣ ପ୍ରବାସୀ ଓଡ଼ିଆ

ରାୟଗଡା: ପୁଣି ଫେରିଲେ 173 ପ୍ରବାସୀ ଓଡ଼ିଆ ଶ୍ରମିକ । ତାମିଲନାଡୁରୁ ବିଭନ୍ନ ସ୍ଥାନକୁ ଶ୍ରମିକ ଭାବରେ  ରୋଜଗାର କରିବା ପାଇଁ ଯାଇ  ଲକ୍‌ଡାଉନର ଫସିଥିବା ଗଜପତି, ରାୟଗଡା,କୋରାପୁଟ, କନ୍ଧମାଳ ନବରଙ୍ଗପୁର ଓ ମାଲକାନଗିରିର ଶ୍ରମିକ ଗତକାଲି ସ୍ଵତନ୍ତ୍ର ରେଳ ଯୋଗେ ତାମିଲନାଡ଼ୁରୁ ରାୟଗଡ଼ାକୁ ଫେରିଛନ୍ତି ।

ଶ୍ରମିକମାଙ୍କୁ ରାୟଗଡା ଜିଲ୍ଲାପାଳ ,ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ପ୍ରବାସୀମାନଙ୍କୁ ସ୍ବାଗତ କରିଥିଲେ। ପ୍ରବାସୀ  ଶ୍ରମିକମାନଙ୍କୁ ରେଳ ଷ୍ଟେସନରେ ପଞ୍ଜିକରଣ କରିବା ସହିତ ସେମାନଙ୍କୁ ହାତରେ ମୋହର ମରାଯାଇ ଖାଦ୍ୟ ପୁଡ଼ିଆ ସହ ସଂପୃକ୍ତ ଜିଲା ଅଧିକାରୀ ମ।ନଙ୍କୁ ହସ୍ତାନ୍ତର କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top