ନ୍ୟୁଜ୍

ବରମୁଣ୍ଡା ବସ ଷ୍ଟାଣ୍ଡରେ ବସ ଚାଳକଙ୍କ ଧାରଣା

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ବସ ଷ୍ଟାଣ୍ଡରେ ବସ ଚାଳକଙ୍କ ଧାରଣା । 3 ଦଫା ଦାବୀକୁ ନେଇ ଧାରଣା ଦେଇଛନ୍ତି ଓଡିଶା ମୋଟର ଚାଳକ ସଂଘ । ତିନି ମାସର କ୍ଷତିପୂରଣ, 50 ଲକ୍ଷ ଟଙ୍କାର ବୀମା କଲ୍ୟାଣ ପାଣ୍ଠି,  ଶ୍ରମ ବିଭାଗ ଏବଂ ପରିବହନ କର୍ମଚାରୀ ମାନ୍ୟତା ଦାବୀକୁ ନେଇ ଏହି ଧାରଣା ଦିଆଯାଇଛି । ଏହାକୁ ସମର୍ଥନ କରି ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ।

 ବସ ମାଲିକଙ୍କୁ ସରକାର ସବୁକିଛି ଛାଡ଼ କରୁଛନ୍ତି ହେଲେ ଚାଳକ ଏବଂ ଅନ୍ୟ ବସ କର୍ମଚାରୀଙ୍କୁ ସହାୟତା କଣ ପାଇଁ କରୁନାହାଁନ୍ତି ବୋଲି ପ୍ରଶ୍ନ କଲେ ସୁରେଶ କୁମାର ରାଉତରାୟ । ଚାଳକ ସଂଘର ଦାବି ପୂରଣ ନହେଲେ ଆଗାମୀ ସମୟରେ ଦୃଢ଼ ପ୍ରତିବାଦ କରିବା ସହ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ସୁରେଶ କୁମାର ରାଉତରାୟ ଚେତାବନୀ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top