ନ୍ୟୁଜ୍

 ଆସନ୍ତା ୩୦ ଜୁନ ଯାଏଁ ଧାର୍ମୀକ ସ୍ଥାନକୁ ସର୍ବସାଧାରଣ ପ୍ରବେଶକୁ ମନା: ଅସିତ ତ୍ରିପାଠୀ

ଭୁବନେଶ୍ୱର: ଯେତେ ଅଧିକ ପ୍ରବାସୀ ଆସିବେ ପଜିଟିଭ ସଂଖ୍ୟା ସେତେ ବଢିବ । ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କରୋନା ମୁକାବିଲା ନେଇ ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ ଏହା କହିଛନ୍ତି ।

ସେ କହିଛନ୍ତି ଯେ, ଜୁନ ମାସ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କହିଥିଲେ । କରୋନା ସଂକ୍ରମଣ ସାଧାରଣତଃ ଟ୍ରାଭେଲରମାନଙ୍କ ପାଇଁ ହେଉଛି । ସଂକ୍ରମଣ ରୋକିବା ପାଇଁ ଆମେ ସେଥିପ୍ରତି ଅଧିକ ଗୁରୁତ୍ୱ ଦେଉଛୁ । ଗତକାଲି ସୁଦ୍ଧା ରାଜ୍ୟକୁ ମୋଟ ୪,୨୬, ୫୦୪ ପ୍ରବାସୀ ଆସିଛନ୍ତି । ଯେତେ ଅଧିକ ପ୍ରବାସୀ ଆସିବେ ପଜିଟିଭ ସଂଖ୍ୟା ସେତେ ବଢିବ ।

 ଲକଡାଉନ ରବିବାର ସରିଛି । ଆଜି ଠାରୁ ଅନଲକ-୧ ଆରମ୍ଭ ହୋଇଛି । ପଜିଟିଭ ଦୃଷ୍ଟିରେ ରଖି ଆମେ ଗାଇଡ ଲାଇନ କରିବାକୁ ଯାଉଛୁ । ଧାର୍ମୀକ ସ୍ଥାନକୁ ପ୍ରବେଶ ମନା ।  ଆସନ୍ତା ୩୦ ଜୁନ ଯାଏଁ ଧାର୍ମୀକ ସ୍ଥାନକୁ ସର୍ବସାଧାରଣ ପ୍ରବେଶକୁ ମନା କରାଯାଇଛି । ସପିଙ୍ଗ କମ୍ପ୍ଲେକ୍ସ ମଧ୍ୟ ଜୁନ ୩୦ ଯାଏ ଖୋଲି ପାରିବ ନାହିଁ । ୩୦% କ୍ଷମତାକୁ ନେଇ ହୋଟେଲ ଖୋଲିପାରିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ତାହା ହେଲା ଏଣିକି ଶନିବାର ଓ ରବିବାର ୧୧ଟି ଜିଲ୍ଲାକୁ ସଟଡାଉନ କରାଯିବ । ସଂକ୍ରମଣ ବଢିଥିବା ୧୧ଟି ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟଡାଉନ କରାଯିବ । ପ୍ରତି ଶନିବାର ଓ ରବିବାର ୧୧ଟି ଜିଲ୍ଲା ସଟଡାଉନ କରିବାକୁ ଘୋଷଣା କରାଯାଇଛି ।

ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରପଡ଼ା, ଯାଜପୁର, ଭଦ୍ରକ, ଖୋର୍ଦ୍ଧା,  ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲା । ସଟଡାଉନ ୨ ଦିନ କୌଣସି ଅଫିସ ଖୋଲା ରହିବ ନାହିଁ ବୋଲି ସୂଚନା ଦିଆଯାଇଛି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top