ନ୍ୟୁଜ୍

ଆଜି ମହାପ୍ରଭୁଙ୍କ ବିବାହ ଉତ୍ସବ

ପୁରୀ: ଆଜି ପବିତ୍ର ରୁକ୍ମଣୀ ହରଣ ଏକାଦଶୀ। ସ୍ୱତନ୍ତ୍ର ନୀତିକାନ୍ତି ସହ ଶ୍ରୀମନ୍ଦିରରେ ପାଳିତ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ। ପ୍ରଥମ ଭୋଗ ମଣ୍ଡପ ପାଇବା ପରେ ମହାଲକ୍ଷ୍ମୀ ଆଜ୍ଞାମାଳ ପାଇ ସାତପାହାଚ ନିକଟରେ ପାଲିଙ୍କିରେ ବସି ଜଗମୋହନକୁ ବିଜେ କରିବେ। ଏହାପରେ ମହାସ୍ନାନ ବଢି ମାଜଣା,ବନକଲାଗି ଏବଂ ଅଳଙ୍କାର ଲାଗି କରାଯିବା ପରେ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କୁ ଚିଠି ଲେଖିବେ।

ଚିଠି ପାଇବା ପରେ ମହାପ୍ରଭୁ  ରୁକ୍ମଣୀଙ୍କୁ ହରଣ କରିବା ସହିତ ଶିଶୁପାଳଙ୍କୁ ଯୁଦ୍ଧରେ ପରାସ୍ତ କରି ବିବାହ କରିବେ। ଆସନ୍ତାକାଲି ନବଦମ୍ପତ୍ତିଙ୍କ ଗୁଆଲି ଯାତ୍ରା ଅନୁଷ୍ଠିତ ହେବ। ଅନ୍ୟପଟେ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଜାରି ରହିଥିବା ବେଳେ ମଦନମୋହନଙ୍କ ପରିବର୍ତ୍ତେ ସ୍ୱୟଂ ଦୋଳଗୋବିନ୍ଦ,ଭୂଦେବୀ ଓ ଶ୍ରୀଦେବୀଙ୍କ ସହିତ ଜଳକ୍ରୀଡା ମଣ୍ଡପରେ ସ୍ନାନ କରିବେ।

ସେପଟେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ,ସଂଧ୍ୟା ଆଳତୀ,ସଂଧ୍ୟା ଧୂପ ପରେ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏବଂ ତା ସହିତ ଶ୍ରୀମନ୍ଦିରରେ ଭକ୍ତମାନେ ମହାପ୍ରଭୁଙ୍କ ବିବାହ ଉତ୍ସବ ଅବସରରେ ମହାପ୍ରସାଦ ସେବନ କରିଥାନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top