ନ୍ୟୁଜ୍

ରାଜଧାନୀରେ ଜବତ ହେଲା ୧ କୋଟି ଟଙ୍କାର ବ୍ରାଉନସୁଗାର

ଭୁବନେଶ୍ୱର: ରାଜଧାନୀରେ ଜବତ ହେଲା ୧ କୋଟି ଟଙ୍କାର ବ୍ରାଉନସୁଗାର । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଚଢ଼ାଉ କରି ପାଖାପାଖି ୧ କେଜି ଓଜନର ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି କୁହାଯାଇଛି।

ଚଢ଼ାଉ ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ବ୍ରାଉନସୁଗାର ବେପାର ସହ ଜଡିତ ୨ ଜଣକୁ ଗିରଫ କରିଥିବା ମଧ୍ୟ ସୂଚନା ରହିଛି । ଏହି ଦୁଇ ବେପାରୀଙ୍କୁ ଏସଟିଏଫ ର ମାରାଥନ ଜେରା ଚାଲିଛି । ଆଗକୁ ସାମ୍ବାଦିକ ସମ୍ମିଳନୀରେ ଏନେଇ ଏସଟିଏଫ ଅଧିକ ସୂଚନା ଦେବ ବୋଲି ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top