ନ୍ୟୁଜ୍

କ୍ୱାରେଣ୍ଟାଇନ ସେଣ୍ଟରରେ ଅନୁଷ୍ଠିତ ହେଲା ବିବାହ

ବରଗଡ଼: କ୍ୱାରେଣ୍ଟାଇନ ସେଣ୍ଟରରେ ଅନୁଷ୍ଠିତ ହେଲା ବିବାହ । ବରପାଲି ବ୍ଲକ କୁମ୍ଭାରୀ ଗାଁ କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଲା ଦୃଶ୍ୟ । ପ୍ରେମୀଯୁଗଳ ତାମିଲନାଡୁରେ ଏକାଠି କାମ କରୁଥିବା ବେଳେ କରୋନା ପାଇଁ ଗାଁକୁ ଫେରିଛନ୍ତି । ଯୁବକଙ୍କ ଘର ବରଗଡ ଜିଲ୍ଲା ବରପାଲି ବ୍ଳକ ଅନ୍ତର୍ଗତ କୁମ୍ଭାରୀ ଗାଁରେ ହୋଇଥିବା ବେଳେ ଯୁବତୀଙ୍କ ଘର ଝାରସୁଗୁଡାରେ । ତେବେ ଯୁବତୀଜଣକ ଯୁବକଙ୍କୁ ଦେଖା କରିବାକୁ ଆସିଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରାପଡିଥିଲେ । ଏହାପରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଛି ।

ସୂଚନାମୁତାବକ, ପ୍ରେମୀଯୁଗଲ ଛଅ ମାସ ହେବ ତାମିଲନାଡୁ ରେ କାମ କରୁଥିଲା ବେଳେ ଦୁହି ଜଣ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯେତେବେଳେ କରୋନା ଯୋଗୁଁ ଲଗଡାଉନ ହେଲା ଦୁହି ପ୍ରେମୀ ଯୁଗଳ ନିଜ ନିଜ ଗାଁ କୁ ଫେରି ଆସି କରୋଣ୍ଟାଇନ ସେଣ୍ଟରରେ ଥିଲେ । ପୁଅ (ମହାନନ୍ଦ କଲେତ)ଘର ବରଗଡ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର  ଓ ଝିଅ (ସୁମନ କଲେତ ) ଘର ଝାଡ଼ସୁଗୁଡା ଜିଲ୍ଲା ବେଳପାହାଡ଼ର । ମହାନନ୍ଦ କଲେତ କୁମ୍ଭାରୀ ହାଇସ୍କୁଲ କୁ ଦେଖା କରିବାକୁ ଝିଅ ସୁମନ କୁ ଡାକିଥିଲା । ଝିଅ ସୁମନ ତାର ପୁରୁଷ ବନ୍ଧୁକୁ ଦେଖାକରିବାକୁ କୁମ୍ଭାରୀ ହାଇସ୍କୁଲ ପାଖକୁ ଯିବାପରେ, ପୁରୁଷ ବନ୍ଧୁ ମହାନନ୍ଦ ପାଚେରୀ ଡେଇଁ ସୁମନକୁ ଦେଖାକରିବାକୁ ଆସୁଥିବା ବେଳେ ଗାଁ ଲୋକେ ଦେଖିଥିଲେ ଓ ଧରା ପଡିଯାଇଥିଲେ  । ପରେ ଦୁହି ପରିବାରଙ୍କ ସହମତିରେ ଦୁହିଜଣଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top