X
Breaking News
ଧର୍ମ

ପୁରୀର ବିକାଶ ପାଇଁ ଖର୍ଚ୍ଚ ହେବ ୨୬୫ କୋଟି

puri..

ପୁରୀ: ସହରର ବିକାଶ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଆଜି ୨୬୫ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଲୋକସେବା ଭବନରେ ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମକୁ ସାରା ବିଶ୍ୱର ବିଭିନ୍ନ ଅଞ୍ଚଳରୁ ଲକ୍ଷ ଲକ୍ଷ ଭକ୍ତ ଆସିଥାନ୍ତି । ସେମାନଙ୍କୁ ପୁରୀ ସହରରେ ଉନ୍ନତମାନର ସେବା ଓ ସୁବିଧା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଏବେ ତତ୍ପର ହୋଇ ଉଠିଛନ୍ତି । ଅବଢ଼ା ଯୋଜନାରେ 5ଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ ଆରମ୍ଭ କରାଯିବ । ପୁରୀର ପୁରୁଣା ଜେଲ୍‌ ପରିସର, ଯାତ୍ରୀକା ଏବଂ ମୁନିସିପାଲିଟି ମାର୍କେଟ୍‌ର ବିକାଶ କରାଯାଇ ସେଠାରେ 1250ଟି ଦୋକାନ ଘର ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ପୁରୀର ପୁରୁଣା ଜେଲ ପରିସରରେ ବହୂତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥା କରାଯିବ । ଏଠାରେ 400 କାର୍‌ ପାଇଁ ପାର୍କିଂ ବ୍ୟବସ୍ଥା ରହିବ । ଏହା ଦ୍ୱାରା ପର୍ଯ୍ୟଟକଙ୍କ ଗାଡ଼ି ପାର୍କିଂ ସମସ୍ୟା ଅନେକାଂଶରେ ଦୂର ହେବ ।

ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଗୋଟିଏ ଛାତ ତଳେ ରଖାଯିବ ବୋଲି ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି । ଏହା ଦ୍ୱାରା ସାଧାରଣ ଲୋକମାନେ ବିଶେଷ ଉପକୃତ ହେବେ ।

ସେହିପରି ଆଚାର୍ଯ୍ୟ ହରିହର ଛକ ରାସ୍ତାର ସମ୍ପ୍ରସାରଣ କରାଯାଇ ସେଠାରେ ସୌନ୍ଦର୍ଯ୍ୟକରଣ କରାଯିବ । ଏହି ସମସ୍ତ ବିକାଶ ମୂଳକ କାର୍ଯ୍ୟ ପୂର୍ତ୍ତ ବିଭାଗ ଅଧିନରେ ଥିବା ସେତୁ ଓ ନିର୍ମାଣ ନିଗମ ଜରିଆରେ ହେବ ବୋଲି ବୈଠକରେ ସ୍ଥିର ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top