X
Breaking News
ଅପରାଧ

ଗୋଟିଏ ଘରେ ରକ୍ତାକ୍ତ ଚାରି ମୃତଦେହ, ତିନି ଝିଅଙ୍କୁ ପିଟି ମାରିଦେବା ପରେ ନିଜେ ଆତ୍ମହତ୍ୟା କଲା ବାପା

Keonjhar murder

କେନ୍ଦୁଝର: ରଜ ଭଳି ପବିତ୍ର ଦିନରେ ପୁଣି ଏହ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଆନନ୍ଦପୁରରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଆନନ୍ଦପୁର ଥାନା ଭଲିବସା ଗ୍ରାମରେ ଏକ ଘର ଭିତରୁ ଚାରି ଚାରିଟି ମୃତଦେହ ଠାବ କରାଯାଇଛି । ଚାରିଜଣ ଯାକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି ।

ଆଜି ରଜରେ ସାରା ରାଜ୍ୟ କରୁଛି ମଉଜ । ସେପଟେ ଆନନ୍ଦପୁରରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ଗୋଟିଏ ଘରର ତିନି ଝିଅ ସମେତ ବାପାଙ୍କ ମୃତ ଦେହ ଠାବ କରାଯାଇଛି ।3ଟି ଝିଅ ନାବାଳିକା ଓ ସମସ୍ତ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲା ।

ସୂଚନା ଯେ, ଦୁର୍ଗା ସିଦ୍ଧୁ ନାମକ ଜଣେ ବ୍ୟକ୍ତି ତାଙ୍କର ପତ୍ନୀଙ୍କ ମୃତ୍ୟୁବରଣ କରିବା ପରେ ମାନସିକ ଭାରସାମ୍ୟ ହରାଇଥିଲେ । ସ୍ତ୍ରୀଙ୍କ ପରେ ଦୁର୍ଗା ନିଜର ତିନି ଝିଅଙ୍କୁ ଲାଳନ ପାଳନ କରୁଥିଲେ । କିନ୍ତୁ ଆକସ୍ମିକ ଭାବରେ ଆଜି ତାଙ୍କର ତିନି ଝିଅଙ୍କୁ ଏକ ବାଉଁଶ ବାଡିରେ ନିର୍ମମ ଭାବେ ପିଟିପିଟି ହତ୍ୟା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ନାବାଳିକାଙ୍କ ବୟସ ୬ରୁ ୯ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗ୍ରାମବାସୀମାନେ ଏନେଇ ପୋଲିସକୁ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top