ନ୍ୟୁଜ୍

ଖୋର୍ଦ୍ଧା ପୌରପରିଷଦ କର୍ମଚାରୀ କରୋନା ଆକ୍ରାନ୍ତ, ପୌରପରିଷଦ ସିଲ

ଖୋର୍ଦ୍ଧା:  ଖୋର୍ଦ୍ଧା ପୌର କାର୍ଯ୍ୟାଳୟ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜଣେ କର୍ମଚାରୀ କରୋନା ଆକ୍ରାନ୍ତ  ଚିହ୍ନଟ ହେବା ପରେ ପୌର କାର୍ଯ୍ୟାଳୟକୁ ଆସନ୍ତା ୫ ଦିନ ଯାଏଁ ବନ୍ଦ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । କର୍ମଚାରୀଙ୍କ ସହ ତାଙ୍କ ପୁଅ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ଜଣାପଡ଼ିଛି । କର୍ମଚରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ କଣ୍ଟାକ୍ଟ ଟ୍ରେସିଂରେ ଆଉ ୩୩ ଜଣ କର୍ମଚାରୀଙ୍କ ସ୍ୱାବ ନମୁନା ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହ କରୋନା ଚିହ୍ନଟ ହୋଇଥିବା ବ୍ୟକ୍ତି ରହୁଥିବା ସାହିକୁ ୫ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଇଛି । ୧୫ନଂ ୱାର୍ଡ଼ର ତେଲେଙ୍ଗାସାହିକୁ ୫ ତାରିଖ ସକାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଇଛି । ପୌରପରିଷଦ କୁ ବନ୍ଦ କରି ସଂପୂର୍ଣ୍ଣ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top