ନ୍ୟୁଜ୍

ଖୋଲିଲା କୋଭିଡ୍ ଚିକିତ୍ସାରେ ଅସଲ ରୂପ, ଚିକିତ୍ସା ଅବହେଳାରୁ କୋରୋନା ରୋଗୀଙ୍କ ମୃତ୍ୟୁ

ଜଗତସିଂହପୁର: ଖୋଲିଲା କୋଭିଡ୍ ଚିକିତ୍ସାରେ ଅସଲ ରୂପ ।  ଚିକିତ୍ସା ଅବହେଳାରୁ କୋରୋନା ରୋଗୀଙ୍କ ମୃତ୍ୟୁ । ଜଗତସିଂହପୁରରୁ ଆସିଛି ସଙ୍ଗୀନ ଅଭିଯୋଗ । କୋଭିଡ୍ ଆଇସୋଲେସନରେ ଚିକିତ୍ସାରତ ଥିବା ସ୍ବାମୀଙ୍କୁ କଷ୍ଟ ହୋଇଥିଲା ।  ଚିକିତ୍ସା ପାଇଁ ଡାକ୍ତରଙ୍କ ନିକଟରେ ନେହୁରା ହୋଇଥିଲେ ସ୍ତ୍ରୀ । କିନ୍ତୁ ଯେତେ ଡାକିଲେ ବି ଆସିଲେନି ଡାକ୍ତର  ।

p;

ଶେଷରେ ଆଖି ବୁଜିଲେ ସ୍ବାମୀ । ଆଉ ଏହାପରେ ସ୍ତ୍ରୀ ମଧ୍ୟ ସେହି କ୍ବାରେଣ୍ଟାଇନ ସେଣ୍ଟରରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।  କିନ୍ତୁ ଏହା ପୂର୍ବରୁ ଯେଉଁ ଅଡିଓ ମେସେଜ୍ ଦେଇଥିଲେ ତାହା ଥିଲା ଅତି ଭୟଙ୍କର । ଯାହାକୁ ଶୁଣିଲେ ଆପଣ ବିଶ୍ବାସ କରିପାରିବେନି । ଦୁର୍ଭାଗ୍ୟର କଥା ପ୍ରଶାସନ ନିଜ ଅନୁସାରେ ଗଣମାଧ୍ୟମରେ କହିଥିଲା କାହାଣୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top