ନ୍ୟୁଜ୍

 ଅର୍ଗସରେ ଖବର ପ୍ରସାରଣ ପରେ ସହୀଦ ପୀଠ ପାଇଁ ମିଳିଲା ଅନୁଦାନ

ଯାଜପୁର: ଅର୍ଗସରେ ଖବର ପ୍ରସାରଣ ପରେ  ସହୀଦ ପୀଠ ପାଇଁ ମିଳିଲା ଅନୁଦାନ ।  ଗତ କିଛିମାସ ପୂର୍ବରୁ ଯାଜପୁର ନିର୍ବାଚନ ମଣ୍ଡଳୀର ପ୍ରଥମ ସହୀଦ ସତ୍ୟାନନ୍ଦ ପଣ୍ଡା, ଯିଏକି ଗସସା ଜଙ୍ଗଲରେ ମାଓବାଦୀ ମାନଙ୍କ ସହ ଲଢ଼ି ସହୀଦ ହୋଇଯାଇଥିଲେ । ଜନ୍ମ ମାଟିରେ ସହିଦଙ୍କ ଅନ୍ତିମ ସଂସ୍କାର ପରେ ସେଠାରେ ଏକ ସହୀଦ ସତ୍ୟାନନ୍ଦ ସ୍ମାରକୀ ନିର୍ମାଣ କରାଯାଇଥିଲା ।

ହେଲେ ୨୦୦୯ ମସିହାରେ ନିର୍ମିତ ଏହି ସ୍ମାରକୀ ଜରାଜୀର୍ଣ୍ଣ ହୋଇପଡିଥିଲା । ଗ୍ରାମବାସୀ ପିଲା ଦିନର ସାଙ୍ଗ ମାନେ ମିଶି କିଛିଟା ମରାମତି କରିଥିଲେ । ହେଲେ ସମ୍ପୂର୍ଣ ମରାମତି ହୋଇପାରି ନ ଥିଲା । ସହୀଦଙ୍କ ଅବହେଳିତ ସ୍ମାରକୀ ଖବର ଅର୍ଗସରେ ପ୍ରସାରିତ ହୋଇଥିଲା । ଏହାପରେ ଜିଲ୍ଲା ପ୍ରସାସନ ୧ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ରାଶି ସହୀଦ ସତ୍ୟାନନ୍ଦଙ୍କ ସ୍ମାରକୀ ମରାମତି ପାଇଁ ପ୍ରଦାନ କରିଛନ୍ତି । ଯାହାକୁ ନେଇ ଗ୍ରାମବାସୀ ଓ ସହିଦଙ୍କ ବାପା ଅର୍ଗସକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top