ଧର୍ମ

ପୁରୀ ଐତିହ୍ୟ କରିଡର ପାଇଁ ପ୍ରଥମ ବୈଠକ

Puri Meeting

ଭୁବନେଶ୍ୱର/ପୁରୀ: ବହୁ ଚର୍ଚ୍ଚିତ ପୁରୀ ଜଗନ୍ନାଥ ଐତିହ୍ୟ କରିଡର ପାଇଁ ଭୁବନେଶ୍ୱରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ତ୍ତ ବିଭାଗ ଦ୍ଵାରା ଏହି ବୈଠକର ପ୍ରସ୍ତୁତି କରାଯାଇଥିଲା । ସେତୁ ଭବନରେ ଏହି ବୈଠକ କରାଯାଇଥିଲା । ବୈଠକରେ ଗଜପତି ମହାରାଜ, ପୂର୍ତ୍ତ ସଚିବ କିଶନ କୁମାର, ପରିଚାଳନା କମିଟି ସଦସ୍ୟ ବିଜୟ ସାହୁ, ପଦ୍ମ ବିଭୂଷଣ  ରଘୁନାଥ ମହାପାତ୍ର, ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ତେବେ ସାଧାରଣ ଲୋକଙ୍କ ପାଖରୁ ମତାମତ ନିଆଯିବା ପରେ ଐତିହ୍ୟ କରିଡର ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ତେବେ ଫେବ୍ରୁଆରୀ ଶେଷ ବେଳକୁ ଐତିହ୍ୟ କରିଡରର ପ୍ଲାନ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top