X
Breaking News
ନ୍ୟୁଜ୍

‘ଫୋନି’ ତାଣ୍ଡବ ପରେ ଆରମ୍ଭ ହେଲା ଭଙ୍ଗା ଘର ସର୍ଭେ, ଜିଓ ଟ୍ୟାଗିଂ ଦ୍ୱାରା ଜାଲିଆତିକୁ ରୋକାଯିବ

Fani Evacuation

ଭୁବନେଶ୍ୱର: ପ୍ରଳୟଙ୍କାରୀ ବାତ୍ୟା ଫୋନି ଯୋଗୁଁ ବାସହରାଙ୍କୁ ମିଳିବ ପକ୍କାଘର । ଏନେଇ ଜୁନ୍ ପହିଲାରୁ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ । ଚଳିତ ଥର ଏକ ନୂଆ ଉପାୟରେ ପଞ୍ଚାୟତିରାଜ ବିଭାଗ ସର୍ଭେ କରିବ । ଜାଲିଆତି ରୋକିବାକୁ ଜିଓ ଟ୍ୟାଗିଂ ଜରିଆରେ ଚିହ୍ନଟ କରାଯିବ । ତେବେ 15 ତାରିଖରୁ ରାଜସ୍ୱ ନୀରିକ୍ଷକମାନେ ଘର ଘର ବୁଲି ସର୍ଭେ ଆରମ୍ଭ କରିଛନ୍ତି ।

ବାତ୍ୟା ଫୋନିର ନଷ୍ଟ ହୋଇଯାଇଥିବା ଘରଗୁଡିକୁ ସର୍ଭେ ସମୟରେ ଜିଓ ଟ୍ୟାଗ୍ କରାଯିବ । ମୋବାଇଲ୍ ଆପ୍ “ଆମ ଘର” ଜରିଆରେ ଏହି ଟ୍ୟାଗିଂର ଫଟୋକୁ ଅପଲୋଡ୍ କରାଯିବ । ଏହି ଫଟୋକୁ ଗ୍ରାମୀଣ ବାସଗୃହ ଯୋଜନା ପାଇଁ ଉଦ୍ଧିଷ୍ଟ ରାଜ୍ୟ ସରକାରଙ୍କ ଆର୍ ଡଟ୍ ଏଚ୍ ଡଟ୍ ଓଡ଼ିଶା ପୋର୍ଟାଲ ସହ ମେଳ କରାଯିବ । ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ସୂଚିତ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top