X
Breaking News
ନ୍ୟୁଜ୍

ବାଙ୍କିକୁ ବନ୍ୟା ଭୟ, ନଦୀବନ୍ଧ ନିର୍ମାଣ ନିମ୍ନମାନର ଅଭିଯୋଗ

Banki

ବାଙ୍କୀ: ମହାନଦୀ କୂଳରେ ଥିବା ଏକ ତଳିଆ ଅଞ୍ଚଳ ହେଉଛି ବାଙ୍କୀ ସହର । ମହାନଦୀରେ ବନ୍ୟା ଆସିବା ମାତ୍ରେ ବାଙ୍କି ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ । ତେଣୁ ବାଙ୍କିବାସୀଙ୍କୁ ବନ୍ୟାରୁ ରକ୍ଷା କରିବା ପାଇଁ ନଦୀବନ୍ଧରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ହେଲେ ଅସରାଏ ବର୍ଷାରେ ଯଥା ପୂର୍ବଂ ତଥା ପରଂ ।

Banki

ନଦୀବନ୍ଧ ସୁଦୃଢ ପାଇଁ କୋଟି କୋଟି ଟଙ୍କା ଆସୁଥିଲେ ମଧ୍ୟ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ମରାମତି କାମ ଅତ୍ୟନ୍ତ ନିମ୍ନମାନର ହେଉଛି । ତେଣୁ ପ୍ରତିଥର ବର୍ଷା ହେବା ମାତ୍ରେ ତାହା ଧୋଇ ହୋଇଯାଉଛି । ତେଣୁ ବନ୍ୟା ସମୟରେ ବାଙ୍କୀବାସୀ କ୍ଷୟକ୍ଷତିରୁ ରକ୍ଷା ପାଇପାରୁ ନାହାନ୍ତି । ନଦୀବନ୍ଧକୁ ସୁଦୃଢ କରିବା ପାଇଁ ପ୍ରଚୁର ଅନୁଦାନ ଆସୁଥିଲେ ମଧ୍ୟ ସଠିକ୍‌ କାମ ହେଉନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏଭଳି ନିମ୍ନମାନର କାମ ହେଉଥିବାରୁ ବାଙ୍କୀବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ।

Banki

ବାଙ୍କି ମହାନଦୀର ରଣପୋଲ ଠାରୁ ଜାତିମୁଣ୍ଡିଆ ପର୍ଯ୍ୟନ୍ତ ପ୍ରତିବର୍ଷ ନଦୀବନ୍ଧକୁ ମଜବୁତ କରାଯାଏ । ମାତ୍ର ବାଲିଆ ମାଟି ଯୋଗୁ ଅସରାଏ ବର୍ଷାରେ ଏହା ଧୋଇଯାଏ । ଅନ୍ୟପଟେ ଆଗକୁ ବର୍ଷା ଦିନ ଆସୁଥିବାରୁ ସ୍ଥାନୀୟ ବାସିନ୍ଦା ଏବେ ଭୟଭୀତ ରହିଛନ୍ତି । ବର୍ଷା ଦିନ ଆସିବା ପୂର୍ବରୁ ନଦୀବନ୍ଧରେ ପଥର ବନ୍ଧ କରିବା ପାଇଁ ଦାବି କରିଛନ୍ତି । ଯଦି ପଥର ବନ୍ଧ ନିର୍ମାଣ ନହେବ ତେବେ ଆଗାମୀ ଦିନରେ ଜନଆନ୍ଦୋଳନ ତେଜିବ ବୋଲି ବାଙ୍କୀବାସୀ ଚେତାବନୀ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top