ନ୍ୟୁଜ୍

ହୋଲିରେ ଚାଇନା ରଙ୍ଗ ପ୍ରତି ସାବଧାନ, ରହିଛି କୋରୋନା ଭୟ !

Holi-

ଭୁବନେଶ୍ୱର: ଚାଇନା ରଙ୍ଗ ପ୍ରତି ସାବଧାନ ! କାରଣ ଏହି ରଙ୍ଗ ଆପଣଙ୍କ ହୋଲିର ରଙ୍ଗକୁ ଫିକା କରି ଦେଇ ପାରେ । ଆଉ ଆପଣଙ୍କ ଖୁସିର ମାହୋଲକୁ ବି ଛାରଖାର କରିଦେଇ ପାରେ । ତେଣୁ ଏସବୁ ଘଟିବା ପୂର୍ବରୁ ସାବଧାନ ହୋଇଯାଆନ୍ତୁ । ନହେଲେ ଆପଣ ମଧ୍ୟ ହୋଇପାରନ୍ତି କରୋନା ଭାଇରସ ଭଳି ମାରାତ୍ମକ ରୋଗର ଶିକାର ।

ଏକଥା ଆମେ କହୁନୁ, ଏଭଳି କିଛି କଥା ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ତେବେ ଡାକ୍ତରଙ୍କ କହିବା ଅନୁଯାୟୀ କରୋନା ଭାଇରସ୍‌ ସାଧାରଣତଃ ଜଣଙ୍କୁ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ । ତଥାପି ସବୁ ଜିନିଷ ପ୍ରତି ସାବଧାନ ରହିବା ଉଚିତ୍ । ଯଥା ସମ୍ଭବ କରୋନା ଭାଇରସ୍‌ ଠାରୁ ସୁରକ୍ଷିତ ରହିବା ପାଇଁ ଚାଇନାରୁ ଆସୁଥିବା ରଙ୍ଗଠାରୁ ନିଜକୁ ଦୂରେଇ ରଖନ୍ତୁ । ସାଧାରଣତଃ ହୋଲିରେ ବ୍ୟବହାର ହେଉଥିବା ରଙ୍ଗ ଚାଇନାରୁ ଆସିଥାଏ । ଆଉ ଏହି ରଙ୍ଗକୁ ଅଧିକ ଆକର୍ଷଣୀୟ ଓ ସୁଗନ୍ଧମୟ କରିବା ପାଇଁ ଏଥିରେ ବିଭିନ୍ନ ପ୍ରକାରର କେମିକାଲ ବ୍ୟବହାର  କରାଯାଇଥାଏ । ଯାହାକି ମନୁଷ୍ୟ ଶରୀର ପାଇଁ ଏବଂ ବିଶେଷ କରି ସ୍କିନ୍ ପାଇଁ କ୍ଷତିକାରକ ହୋଇଥାଏ ।

ସେପଟେ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱବାସୀ ଚିନ୍ତାରେ ଥିବାବେଳେ ବିଶେଷ କରି ଚିନ୍ତାରେ ରହିଛି ଚୀନ୍ । ଚୀନରେ ଏହି ରୋଗ ଯୋଗୁଁ ପ୍ରତିଦିନ ଶହଶହ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ସବୁଠୁ ବଡ଼ କଥା ହେଲା ଏହି ମାରାତ୍ମକ ଭାଇରସ୍‌ ବ୍ୟାପିବାର ମୁଖ୍ୟ କାରଣ କ’ଣ ଏଯାବତ୍‌ ଜଣାପଡ଼ି ନଥିବା ବେଳେ, ଚୀନରେ ବ୍ୟବହୃତ କେମିକାଲରୁ ଏହା ବ୍ୟାପୁଥିବା କେହି କେହି ମତ ରଖୁଛନ୍ତି । ତେଣୁ କିଛି କେମିକାଲ ରଙ୍ଗରେ ମଧ୍ୟ ବ୍ୟବହାର ହେଉଥିବାରୁ, ଏହାରି ମାଧ୍ୟମରେ ଭାଇରସ୍‌ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ହୋଲି ପାଇଁ ଆଉ ଖୁବ୍ କମ୍ ଦିନ ଥିବାରୁ ଆଖିଦୃଶିଆ ରଙ୍ଗ କିଣିବାରେ ନଫସି, ଚାଇନା ରଙ୍ଗଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଛି । ହରବଲ୍‌ ରଙ୍ଗ ବ୍ୟବହାର କରି କରୋନା ଭଳି ମାରତ୍ମକ ରୋଗଠାରୁ ଦୂରେଇ ରହିବାକୁ ଡାକ୍ତରଙ୍କ ତରଫରୁ ମଧ୍ୟ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top