ନ୍ୟୁଜ୍

ଯେତେ ଗୁହାରୀ କଲେ ବି ଫଳ ଶୂନ୍‌, ଭାରି ହୀନସ୍ତା ହେଉଛନ୍ତି ଗ୍ରାମବାସୀ..

Chandbali road

ଭଦ୍ରକ: ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ସଠିକ ରୂପାୟନ ଅଭାବରୁ ଏହା କେବଳ ଯୋଜନାରେ ସୀମିତ ହୋଇ ରହିଯାଇଛି । ଭଦ୍ରକ ଜଗନ୍ନାଥପୁର ଗାଁରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । କାର୍ଯ୍ୟାଦେଶ ପରେ ବି ଅଟକିଛି ରାସ୍ତା କାମ । ଫଳରେ କାଦୁଅ ସରସର ରାସ୍ତାରେ ଯାଆସ କରୁଛନ୍ତି ଗ୍ରାମବାସୀ ।

ଆମେ କହୁଛୁ ଭଦ୍ରକ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭଇବୃତ୍ତି ପଞ୍ଚାୟତର ଜଗନ୍ନାଥପୁର ଗାଁର ରାସ୍ତା କଥା । ଗାଁରେ 2 ହଜାରରୁ ଉର୍ଦ୍ଧ୍ୱ ଲୋକ ବାସ କରୁଥିବା ବେଳେ ଯାତାୟତ ପାଇଁ ଏହା ହେଉଛି ଏକ ମାତ୍ର ରାସ୍ତା । ମୁଖ୍ୟ ରାସ୍ତାକୁ ଯିବାକୁ ହେଲେ ଗ୍ରାମବାସୀଙ୍କୁ ଏହି କାଦୁଅ ସରସର ରାସ୍ତା ଦେଇ ଯିବାକୁ ପଡ଼େ । ଜରୁରୀକାଳୀନ ସମୟର ଗାଁରେ ଆମ୍ବୁଲାନ୍ସଟିଏ ମଧ୍ୟ ପହଞ୍ଚି ପାରେନି । ଆଉ ବର୍ଷା ଦିନେ ସ୍କୁଲର ଅବସ୍ଥା ନକହିବା ଭଲ । ସ୍କୁଲରେ ପହଞ୍ଚିବାକୁ ଏହା ଏକ ମାତ୍ର ରାସ୍ତା ହୋଇଥିବାରୁ ସାମାନ୍ୟ ବର୍ଷାରେ ମଧ୍ୟ ସ୍କୁଲ ଆସିପାରନ୍ତି ନାହିଁ ଛାତ୍ରଛାତ୍ରୀ ।

ଜଗନ୍ନାଥପୁର ଗାଁକୁ ଭଗବାନ ହିଁ ସାହା ଭରସା । ଦୀର୍ଘଦିନ ହେବ ରାସ୍ତା ନିର୍ମାଣ ପାଇଁ ଦାବି ହୋଇଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ମତାମତ ଲୋଡା ଯାଇଥିଲା । ତେବେ ରାସ୍ତା ନିର୍ମାଣ ପାଇଁ ସେ ବିଡିଓଙ୍କ ସହ ଆଲୋଚନା କରିଛନ୍ତି । ଏମଜିଏନଆରଇଜିଏ ଯୋଜନାରେ ରାସ୍ତା ପାଇଁ ବେସ ନିର୍ମାଣ ହୋଇଥିଲା । ଖୁବ ଶୀଘ୍ର ରାସ୍ତା ନିର୍ମାଣ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top