X
Breaking News
ନ୍ୟୁଜ୍

ଘରୋଇ ହସ୍ପିଟାଲରେ ଟଙ୍କା ନାହିଁ ତ ଚିକିତ୍ସା ନାହିଁ, ସରକାରୀ କାର୍ଡ ଅଦରକାରୀ

KIMS

ଭୁବନେଶ୍ୱର: ଆପୋଲୋ, ଆମ୍ରି ଏବଂ କଳିଙ୍ଗ ହସ୍ପିଟାଲ ପରେ ଏବେ ପୁଣି କିମସ୍ ନାଁରେ ଅଭିଯୋଗ । ଆପୋଲୋ ଓ ଆମ୍ରି ଭଳି ସମାନ ଅଭିଯୋଗ ଆସିଛି କିମ୍‌ସ ନାଁରେ । ଏଠି କେବଳ ଯିଏ ଟଙ୍କା ଦେଇପାରିବ ସେ ଚିକିତ୍ସିତ ହେବ । ଟଙ୍କା ନାହିଁ ତ ଚିକିତ୍ସା ବି ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ମଧ୍ୟ ଏଠି ଗ୍ରହଣ କରାଯାଉ ନାହିଁ । ଗରିବ ଲୋକ ଜଣେ ଅଧିକ ଚିକିତ୍ସା ପାଇଁ ଆଶା ରଖି ଯଦି ଏହି ମେଡିକାଲକୁ ଆସିବ ତେବେ ନିରାଶ ହୋଇ ଫେରିବ ।

ଏଭଳି ଏକ ଅଭିଯୋଗ କରିଛନ୍ତି କେନ୍ଦ୍ରାପଡ଼ାର ଜଣେ ଗରିବ ଲୋକ । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ରତନ ନାୟକ ଓ ତାଙ୍କ ଝିଅ ଦେବଜାନୀ ନାୟକ କିମ୍‌ସ ବିରୋଧରେ ଆଣିଛନ୍ତି ଅଭିଯୋଗ । ରତନ ନାୟକ ବହୁ ଆଶା ରଖି ଝିଅର କିଡ୍‌ନୀ ରୋଗ ଚିକିତ୍ସା କରିବା ପାଇଁ ଆସିିଥିଲେ ଭୁବନେଶ୍ୱରର ପ୍ରତିଷ୍ଠିତ କିମ୍‌ସ ହସ୍ପିଟାଲ । ଏଠାରେ ସେ ପହଞ୍ଚି ଚିକିତ୍ସା ପାଇଁ ପ୍ରାୟ 1 ଲକ୍ଷ 50 ହଜାର ଟଙ୍କା ଖର୍ଚ୍ଚ ମଧ୍ୟ କରିସାରିଛନ୍ତି । ନିଜର ଜମିବାଡ଼ି ବିକି ଏତେ ଗୁଡ଼ିଏ ଟଙ୍କା ଖର୍ଚ୍ଚ କରିସାରିଥିଲେ ମଧ୍ୟ ପୁଣି ଲୋଡ଼ା ଥିଲା ଅନେକ ଟଙ୍କା । ତେବେ  ଚିକିତ୍ସା ସମୟରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ମଧ୍ୟ ମେଡିକାଲକୁ ହସ୍ତାନ୍ତର କରିଥିଲେ । ହେଲେ ମେଡିକାଲ ସେହି କାର୍ଡ ଗ୍ରହଣ କରିବାକୁ ନାରାଜ୍‌ । ମେଡିକାଲ ପକ୍ଷରୁ କୁହାଗଲା ଯେ, ଏହି କାର୍ଡ ଦ୍ୱାରା କୌଣସି ଚିକିତ୍ସା ହୋଇପାରିବ ନାହିଁ । ତେବେ ଦିନ ମଜୁରିଆ ଭାବେ କାମ କରୁଥିବା ରତନ ନାୟକଙ୍କର ଆଉ ସାହସ ପାଇନଥିଲା କିମ୍‌ସରେ ଚିକିତ୍ସା କରିବା ପାଇଁ । ଫଳରେ ସେଠାରୁ ସେ ନିଜ ଗାଁକୁ ଫେରି ଆସିଥିଲେ । ଆଉ ଗାଁକୁ ଫେରିବା ପରେ ନିଜ ଦୁଃଖ ଜଣାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ତେବେ ପୂର୍ବରୁ ଆମ୍ରି ହସ୍ପିଟାଲ ମଧ୍ୟ ସରକାରଙ୍କ ଇଏସ୍‌ଆଇ କାର୍ଡ ଗ୍ରହଣ କରିବା ପାଇଁ ସିଧାସଳଖ ମନା କରିଥିଲା । ଏବଂ ସଠିକ୍‌ ଚିକିତ୍ସ ନପାଇବାରୁ ରାଉରକେଲାର ଶିବରାମ୍‌ଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଇଏସ୍‌ଆଇ ଅଧିକାରୀ ଆମ୍ରି ହସ୍ପିଟାଲ ସହ ହୋଇଥିବା ଚୁକ୍ତିକୁ ଖାରଜ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଘଟଣାର ସୋ-କଜ୍‌ ନୋଟିସ୍‌ ମଧ୍ୟ ଆମ୍ରିକୁ ଜାରି କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଗ୍ରହଣ କରିନଥିବାରୁ କିମ୍‌ସ ବିରୋଧରେ କି ପଦକ୍ଷେପ ନେଉଛନ୍ତି ସରକାର ?

Click to comment

Leave a Reply

Your email address will not be published. Required fields are marked *

Most Popular

To Top