ନ୍ୟୁଜ୍

ଯୁକ୍ତ ଦୁଇ କଲେଜଗୁଡ଼ିକୁ କଡ଼ା ନିର୍ଦ୍ଦେଶ, ପ୍ରାକ୍ଟିକାଲ ପରୀକ୍ଷା ବି ସିସିଟିଭି ନଜରରେ..

CCTV +2

ଭୁବନେଶ୍ୱର: ଯୁକ୍ତ ଦୁଇ କଲେଜଗୁଡ଼ିକୁ କଡ଼ା ନିର୍ଦ୍ଦେଶ । କଲେଜରେ ସିସିଟିଭି ଇନ୍‌ଷ୍ଟଲ ନଥିଲେ ବାତିଲ ହେବ ପରୀକ୍ଷା ସେଣ୍ଟର । ସିସିଟିଭି ଲାଗିନଥିଲେ ଉକ୍ତ କଲେଜ୍‌ରେ ହେବନି ପରୀକ୍ଷା । ତେଣୁ ସବୁ କଲେଜରେ ସିସିଟିଭି ଲଗାଇବାକୁ କଡ଼ା ନିର୍ଦ୍ଦେଶ ରହିଛି ।

ତେବେ ପୂର୍ବରୁ ଯେଉଁ ସବୁ କଲେଜ୍‌ରେ ସିସିଟିଭି ଲାଗିଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ କଲେଜ ଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦେଇଛି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ । ଚଳିତ ମାସ 10 ତାରିଖ ଭିତରେ ସିସିଟିଭି ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ଯୁକ୍ତ ଦୁଇ କଲେଜ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।ସେଲଫ୍ ଫାଇନାନ୍ସିଂ କଲେଜରେ ପ୍ରାକ୍‌ଟିକାଲ ପରୀକ୍ଷା ବି, ସିସିଟିଭି ଲାଗିଥିବା ହଲ୍‌ରେ କରାଯିବା ପାଇଁ କୁହାଯାଇଛି । ଖାଲି ସେତିକି ନୁହେଁ ସିସିଟିଭି ଇନ୍‌ଷ୍ଟଲେସନ୍‌ ସହିତ, ପାୱାର ବ୍ୟାକ୍ଅପ୍, ଇଣ୍ଟରନେଟ୍ ସେବା ଅଛି ନା ନାହିଁ ସେନେଇ ମଧ୍ୟ କଲେଜ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦକୁ  ସମ୍ପୂର୍ଣ୍ଣ ତଥ୍ୟ ଦେବ । ପୁରା ପରୀକ୍ଷାକୁ ରେକର୍ଡିଂ କରି ରଖିବାକୁ ନିର୍ଦ୍ଦେଶ ନିର୍ଦ୍ଦେଶ ଦିଆଯାଇଛି ।

ମାର୍ଚ୍ଚ ମାସରେ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ପାଇଁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି କଡ଼ା ନିୟମ କରାଯାଇଛି । ପରୀକ୍ଷାକୁ ତ୍ରୁଟି ଶୂନ୍ୟ କରିବାକୁ ଏଭଳି ପ୍ରୟାସ କରାଯାଇଛି । କାରଣ ପୂର୍ବରୁ ଅନେକ ଥର ପରୀକ୍ଷା ସମୟରେ ବିଭିନ୍ନ ତ୍ରୁଟି ଦେଖାଯାଇଛି । ଏବଂ ସରକାରଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top