ନ୍ୟୁଜ୍

ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଶ୍ରୀ ଶ୍ରୀ କଲେଜ ଅଫ୍‌ ଆର୍ୟୁବେଦିକ ସାଇନ୍ସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

CM Naveen Ravi shankar

ଭୁବନେଶ୍ୱର: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଶ୍ରୀ ଶ୍ରୀ କଲେଜ ଅଫ୍‌ ଆର୍ୟୁବେଦିକ ସାଇନ୍ସର ଶିଳାନ୍ୟାସ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏହି କାର୍ଯ୍ୟକ୍ରମରେ ଆର୍ଟ ଅଫ୍‌ ଲିଭିଂ ସଂସ୍ଥାର ମୁଖ୍ୟ ରବିଶଙ୍କର ମଧ୍ୟ ଉପସ୍ଥିତ ଥିଲେ । ତାଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ସ୍ଥାନୀୟ ସାଂସଦ ଭର୍ତ୍ତୃହରି ମହତାବ ଏବଂ ଅନେକ ମାଣ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Sri sri university

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଢେଙ୍କାନାଳରେ ଆଉ ଏକ ନୂଆ ଆର୍ୟୁବେଦିକ ହସ୍ପିଟାଲ ପ୍ରତିଷ୍ଠା ହେବ । ଏବେ ରାଜ୍ୟରେ ପାଞ୍ଚଟି ଆର୍ୟୁବେଦିକ୍‌ ହସ୍ପିଟାଲ ଓ ୮୦୦ କ୍ଲିନିକ୍‌ କାମ କରୁଥିବା ବେଳେ ଆଗକୁ ଏହାର ପରିମାଣ ବଢ଼ିବ ବୋଲି ଆଶା କରଯାଉଛି । ଧିରେ ଧିରେ ଆମ ସମାଜରେ ଏବେ 5 ହଜାର ବର୍ଷ ପୁରୁଣା ଆୟୁର୍ବେଦିକ୍‌ ଚିକିତ୍ସାର ଚାହିଦା ବଢ଼ୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଢେଙ୍କାନାଳରେ ଯେଉଁ ନୂଆ ହସ୍ପିଟାଲ ପ୍ରତିଷ୍ଠା କରାଯିବ ସେଥିରେ ପ୍ରାୟ 300 ଶଯ୍ୟା ରହିବ । ଏଥିରେ ବିଭିନ୍ନ ପ୍ରକାର ରୋଗର ଚିକିତ୍ସା କରାଯିବ । ଏହାସହ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ସ୍ବାସ୍ଥ୍ୟ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top