ନ୍ୟୁଜ୍

କଂଗ୍ରେସର ରାଜ୍ୟ ଯୁବ ସଭାପତି ପଦବୀ ପାଇଁ ଆରମ୍ଭ ହେଲା ଅଙ୍କକଷା…

CONGRESS

ଭୁବନେଶ୍ୱର: କିଏ ହେବ ଯୁବ କଂଗ୍ରେସ ସଭାପତି । ସଭାପତି ପଦବୀ ପାଇଁ ଏକାଠି ହେଲେ ଏକାଧିକ ନେତା । ସେପଟେ କାମ କରିଥିବ, ଶୃଙ୍ଖଳା ମାନୁଥିବ, ସାରା ରାଜ୍ୟରେ ନେଟୱାର୍କ ଥିବ, ଏହି 3 ମାନଦଣ୍ଡ ଯାହା ପାଖରେ ଥିବ ତାକୁ ହିଁ ରାଜ୍ୟ ଯୁବ କଂଗ୍ରେସର ମଙ୍ଗୁଆଳ କରାଯିବା ନେଇ ଜୋର ଧରିଛି ଚର୍ଚ୍ଚା ।

କାହାକୁ ଏହି ପଦବୀରେ ବସାଇବେ ହାଇକମାଣ୍ଡ । ଏହାକୁ ନେଇ ସପପେନ୍ସ ଲାଗିଥିବା ବେଳେ ଏହି ଦୌଡ଼ରେ ଅଛନ୍ତି 6ରୁ ଅଧିକ ଆଶାୟୀ । ଆଉ ଆଶାୟୀମାନେ ଆଜି ନିଜର ସମର୍ଥକ ମାନଙ୍କ ସହ ଆସି ଚୟନ ପାଇଁ ଗଠନ ହୋଇଥିବା କମିଟି ନିକଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି । ବିଗତ ଦିନରେ ଦଳ ପାଇଁ କରିଥିବା କାମ ଓ ନିଜର ଅଭିଜ୍ଞତା ସମ୍ପର୍କରେ କମିଟି ଆଗରେ ଯୁକ୍ତି ଉପସ୍ଥାପନ କରିଛନ୍ତି ଆଶାୟୀ ନେତାମାନେ ।

ତେବେ ଆସନ୍ତା ଗୋଟିଏ ମାସ ମଧ୍ୟରେ ରାଜ୍ୟ ଯୁବ କଂଗ୍ରେସର ନୂଆ ମଙ୍ଗୁଆଳ ନିଯୁକ୍ତି କରାଯିବ ବୋଲି ଚର୍ଚ୍ଚା । କେବଳ ଯୁବ କଂଗ୍ରେସ  ନୁହେଁ କଂଗ୍ରେସର ଛାମୁଆ ସଙ୍ଗଠନ ମହିଳା ଓ ଛାତ୍ର କଂଗ୍ରେସର ମୁଖିଆ ଖୁବଶୀଘ୍ର ବଛାଯିବ ବୋଲି କହିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ପ୍ରଦୀପ କହିଛନ୍ତି ଓଡିଶାରେ ଯୁବ ସଙ୍ଗଠନ ଦୁର୍ବଳ ହୋଇପଡିଛି । ଯୁବ ସଙ୍ଗଠନକୁ କ୍ରିୟାଶୀଳ କରିବା ପାଇଁ ଆଜି ପକ୍ରିୟା ଆରମ୍ଭ ହୋଇଛି ।

କିଏ ହେବ ରାଜ୍ୟ ଯୁବ କଂଗ୍ରେସର ସଭାପତି, ଦିଗହରା ହୋଇପଡିଥିବା ଯୁବ କଂଗ୍ରେସର ସଙ୍ଗଠନକୁ କିଏ ଦେବ ସଞ୍ଜିବନୀ ଏହାକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top