X
Breaking News
ନ୍ୟୁଜ୍

ପୁରୀରେ ସ୍ଥିତି ସଙ୍ଗୀନ୍‌, ବ୍ୟାପିଲାଣି ହଇଜା…

CHOLERA

ପୁରୀ: ଫୋନି ଯୋଗୁ ପୁରୀରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଘର ମାଟିରେ ମିଶିଯାଇଥିବା ବେଳେ ଜଳ ଓ ବିଦ୍ୟୁତ ସମସ୍ୟା ମଧ୍ୟ ବାତ୍ୟା ବିପନ୍ନଙ୍କ ଦୁଃଖକୁ ଦ୍ୱିଗୁଣିତ କରିଦେଇଛି । ଦୂଷିତ ଜଳ ପିଇ ପୁରୀରେ 50ରୁ ଅଧିକ ଲୋକ ଝାଡାବାନ୍ତି ରୋଗରେ ପୀଡିତ ହୋଇଛନ୍ତି । ଫୋନି ପରେ ପୁରୀର ଅବସ୍ଥା ସାଂଘାତିକ ହୋଇପଡିଛି । ଲୋକେ ପାନୀୟ ଜଳ ମୁନ୍ଦାଏ ପାଇଁ ପ୍ରବଳ ଖରାରେ ଡହଳ ବିକଳ ହେଉଛନ୍ତି । ସେପଟେ ବିଦ୍ୟୁତ୍ ଯୋଗାଣ ଏ ପର୍ଯ୍ୟନ୍ତ ସମ୍ଭବ ହୋଇନଥିବାରୁ ଲୋକଙ୍କ ସମସ୍ୟା ଆହୁରି ବାଢିଯାଇଛି । ଏପରିକି ଡାକ୍ତରଖାନାରେ ବିଜୁଳି ନଥିବାରୁ ରୋଗୀମାନେ ମଧ୍ୟ ହନ୍ତସନ୍ତ ହେଉଛନ୍ତି  ।

ତେବେ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା 50 ଜଣ ରୋଗୀଙ୍କ ମଧ୍ୟରୁ 7 ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଚିକିତ୍ସା ପାଇଁ ସେମାନଙ୍କୁ ପୁରୀ କଲେରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଫୁଟା ପାଣି ପିଇବାକୁ ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଝାଡ଼ାବାନ୍ତି ବ୍ୟାପୁଥିବା ଅଂଚଳକୁ ଏ ପର୍ଯ୍ୟନ୍ତ ଡାକ୍ତରୀ ଟିମ ଯାଇନଥିବା ବେଳେ ଡାକ୍ତରଖାନାରେ ବିଦୁତ୍ ଓ ପାନୀୟ ଜଳ ନଥିବାରୁ ରୋଗୀମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଅନ୍ୟପଟେ ଚିକିତ୍ସାଳୟର ଅବସ୍ଥା ମଧ୍ୟ ନକହିବା ଭଲ । ରୋଗୀଙ୍କ ସଂଖ୍ୟା ବଢୁଛି ମାତ୍ର, ହସ୍ପିଟାଲରେ ବିଜୁଳି ନାହିଁ କି ଜଳ ନାହିଁ । ପୁରୀରେ ହସ୍ପିଟାଲ ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଏଯାଏଁ ବିଦ୍ୟୁତ ସଂଯୋଗ କରାଯାଇ ପାରୁନି । ତେଣୁ ରୋଗୀମାନେ ଗରମରେ ଛଟପଟ ହେଉଛନ୍ତି । ତୁରନ୍ତ ବିଦ୍ୟୁତ ଯୋଗାଣକୁ ଲୋକେ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top