ନ୍ୟୁଜ୍

ହଜିଗଲାଣି ମାନବିକତା, ପୁଣି ବନ୍ଧା ପଡ଼ିଲା ଶବ

medical

ଭୁବନେଶ୍ୱର: ହଜିଗଲାଣି ମାନବିକତା । ରାଜ୍ୟରେ ଶୋଚନୀୟ ଅବସ୍ଥାରେ ପହଞ୍ଚିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା । ସାଧାରଣ ଲୋକଙ୍କ ଜୀବନ ଯେପରି ଆଜି ପାଲଟିଛି ଆୟର ମାଧ୍ୟମ । ଜୀବନକୁ ରକ୍ଷା କରିବେ କଣ, ବ୍ୟବସାୟର ମାଧ୍ୟମ କରି ଘରୋଇ ହସ୍ପିଟାଲଗୁଡିକ ରୋଗୀଙ୍କୁ ଲୁଟୁଥିବା କଥା ଅନେକ ଥର ଆମେ ଟିଭି, ସିନେମାରେ ଦେଖିଥିବା । କିନ୍ତୁ ଏବେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏଭଳି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି ।

ପୁଣି ବନ୍ଧା ପଡିଲା ଶବ । ଆପୋଲୋ ପରେ ରାଜଧାନୀର ଆଉ ଏକ ମେଡିକାଲ ଉପରେ ଆସିଲା ଶବ ବନ୍ଧା ରଖିବାର ଅଭିଯୋଗ । ଖୋର୍ଦ୍ଧାର ଗଙ୍ଗାଧର ଚମ୍ପତି ନାମକ ଏହି ବ୍ୟକ୍ତି ତାଙ୍କ ଶ୍ୱଶୁର ପଞ୍ଚାନନ ସାମଲଙ୍କୁ ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସାପ କାମୁଡିଥିବାରୁ ପଞ୍ଚାନନଙ୍କୁ ସନିବାର ସକାଳେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଗତକାଲି ସଂନ୍ଧା ୭ଟାରୁ ପରିବାର ଲୋକେ ସେ ମୃତ ବୋଲି ଜାଣି ସାରିଥିଲେ ଶୁଦ୍ଧା ମେଡିକାଲ ପକ୍ଷରୁ ମୃତ ଘୋଷଣା କରାଯାଇ ନଥିଲା ।କିନ୍ତୁ ଆଜି ସକାଳେ ମେଡିକାଲ ତରଫରୁ ପଞ୍ଚାନନଙ୍କୁ ମୃତ ଘୋଷଣା କରାଯାଇଛି । ଏବେ କିନ୍ତୁ ମୃତ ଦେହ ଛାଡିବା ପାଇଁ ମେଡିକାଲ କର୍ତ୍ତୁପକ୍ଷ ୩୫ ହଜାର ଟଙ୍କା ଦାବି କରୁଛନ୍ତି । ଟଙ୍କା ନଦେଲେ ଶବ ଛାଡିବେ ନାହିଁ ବୋଲି କହିଛନ୍ତି ମେଡିକାଲ କତୃପକ୍ଷ।

ତେବେ ବାରମ୍ୱାର ଗୋଟିଏ ଗୋଟିଏ ମେଡିକାଲରେ ଏଭଳି ଘଟଣା ସାମ୍ନାକୁ ଆସୁଥିବାବେଳେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉନି ବୁଦ୍ଧିଜୀବି ମହଲରେ ଏହା ଏକ ବଡ଼ ପ୍ରଶ୍ନ ଉଠିଛି ?

Click to comment

Leave a Reply

Your email address will not be published. Required fields are marked *

Most Popular

To Top