X
Breaking News
  • ନେପାଳରେ ଭୂକମ୍ପ ଝଟ୍‌କା
  • ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡକାରୀ
  • ନୟାଗଡ: ବନ୍ଧୁକ ଲୁଟିଲେ ମାଓବାଦୀ
ଦେଶ

ଆଜି ବାବା ସାହେବଙ୍କ ଜନ୍ମଦିନ, କୃଷିକୁ ଉଦ୍ୟୋଗ ଭାବେ ଗ୍ରହଣ ପାଇଁ ଆହ୍ୱାନ ଦେଇଥିଲେ..

Dr.-BR-Ambedkar

ଆଜି ଡଃ. ବି.ଆର୍‌ ଆମ୍ବେଦକରଙ୍କ ଜୟନ୍ତି ପାଳିତ । ୧୯୩୦ରେ ଯେତେ ବେଳେ ଦେଶ ସ୍ୱାଧୀନତା ପାଇଁ ଲଢେଇ କରୁଥିଲା, ସେତେବେଳ ଜଣେ ବ୍ୟକ୍ତି ଦଳିତ ଓ ପଛୁଆ ବର୍ଗର ସ୍ୱାର୍ଥ ପାଇଁ ସଂଘର୍ଷରତ ଥିଲେ, ସେ ହେଉଛନ୍ତି ଭାରତରତ୍ନ ବାବା ସାହେବ ଭୀମରାଓ ଆମ୍ବେଦକର । ଆମ୍ବେଦକର ଭାରତକୁ ଦେଇଛନ୍ତି ଏହାର ସମ୍ଭିଧାନ, ଯେଉଁଥିପାଇଁ ଭାରତ ଆଜି ଏକ ସଫଳ ଗଣତନ୍ତ୍ର । ଜନ୍ମଦିନ ଅବସରରେ ଏହି ମହାନ ଜନନାୟକଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ।

Dr.-BR-Ambedkar

courtesy-www.indiatv.com

ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ୧୯୩୦ ମସିହା ବେଳକୁ ଦେଶ ଲଢୁଥିଲା ସ୍ୱାଧୀନତାର ଲଢେଇ । ସେ ସମୟରେ ୪୧ ବର୍ଷୀୟ ଭୀମରାଓ ପାଲଟି ଥିଲେ ଦଳିତ ଓ ପଛୁଆ ଜାତିଙ୍କ ପାଇଁ ମହାତ୍ମା । ସବୁବେଳେ ସେ ଚିନ୍ତା କରୁଥିଲେ ଦଳିତ ସମାଜର ଲୋକମାନଙ୍କ ଉନ୍ନତି । ସେମାନଙ୍କ ଶୋଷିତ ସ୍ୱର ସବୁବେଳେ ତାଙ୍କ କାନରେ ବାଜୁଥିଲା । ସେ ଚାହୁଁଥିଲେ ଦଳିତ ସମାଜର ଉତ୍ଥାନ । କେବଳ ଦଳିତ ନୁହେଁ ଦେଶର ସମସ୍ତ ପଛୁଆ ବର୍ଗର ଲୋକମାନଙ୍କ ଅଧିକାର ପାଇଁ ତାଙ୍କ ଲଢେଇ ଜାରି ରଖିଥିଲେ । ମଧ୍ୟପ୍ରଦେଶର ମହୁ ଗାଁରେ ୧୪ ଏପ୍ରିଲ୍ ୧୮୯୧ରେ ମହାର ନାମକ ପଛୁଆ ଜାତିରେ ଜନ୍ମ ଗ୍ରହଣ କରିଥିଲେ ବାବା ସାହେବ ଭୀମରାଓ । ପିତା ରାମ୍‌ଜୀ ମାଲୋଜୀ ସକପାଲ୍ ଥିଲେ ବ୍ରିଟିଶ୍-ଭାରତୀୟ ସେନାର କର୍ମକର୍ତ୍ତା ।

ambedkar-

courtesy-www.timesofindia.com

ନିଜ ନାମରୁ ସକ୍‌ପାଲ୍‌ ହଟାଇ ସେ ଆମ୍ବେଦକର ଯୋଡି ଦେଇଥିଲେ । ଜଣେ ମେଧାବୀ ଛାତ୍ର ଭାବେ ସେ ଦେଶ ବିଦେଶର ଅନେକ ବିଶ୍ୱବିଦ୍ୟାଳୟରୁ ପାଖାପାଖି ୩୨ଟି ଡିଗ୍ରୀ ହାସଲ କରିଥିଲେ । ଦେଶ ସ୍ୱାଧୀନ ପରେ ୨୯ ଅଗଷ୍ଟ ୧୯୪୭ରେ ସମ୍ବିଧାନ କାର୍ଯ୍ୟକାରୀ ସମିତିର ସେ ଅଧ୍ୟକ୍ଷ ହୋଇଥିଲେ । ୨ ବର୍ଷ ୧୧ ମାସ, ୧୮ ଦିନର ବ୍ୟବଧାନ ପରେ ୨୬ ଜାନୁଆରୀ ୧୯୫୦ରେ ସେ ସମ୍ବିଧାନ ଲାଗୁ କରିଥିଲେ । ସ୍ୱାଧୀନ ଭାରତରେ ସେ ହେଲେ ପ୍ରଥମ ଆଇନ୍ ମନ୍ତ୍ରୀ ।

ଦଳିତ ଓ ପଛୁଆ ବର୍ଗର ଉତ୍ଥାନ ପାଇଁ ସେ ସବୁବେଳେ ଚେଷ୍ଟା କରୁଥିଲେ । ସେମାନଙ୍କ ଅଧିକାର ପାଇଁ ଲଢିବା ସହ ମହିଳାଙ୍କ ଶିକ୍ଷା ଓ ସଶକ୍ତିକରଣକୁ ପ୍ରାଧାନ୍ୟ ଦେଉଥିଲେ । କୃଷିକୁ ପ୍ରାଧାନ୍ୟ ଦେବା ସହ ଏହାକୁ ଏକ ଉଦ୍ୟୋଗ ଭାବେ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏହାସହ ଜାତୀୟ ପତାକାରେ ଅଶୋକ ଚକ୍ର ମଧ୍ୟ ତାଙ୍କରି ପ୍ରୟାସରେ ଲାଗିଥିଲା । ତେବେ ମଧୁମେହରେ ପୀଡିତ ହୋଇ ୧୯୫୬ରେ ତାଙ୍କର ପରଲୋକ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top