X
Breaking News
ନ୍ୟୁଜ୍

ସରିଲା ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଖାତା ଦେଖା, ଜୁନ୍ ୩ୟ ସପ୍ତାହରେ ରେଜଲ୍ଟ

CHSE

ଭୁବନେଶ୍ୱର: ସରିଲା ଯୁକ୍ତ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଖାତା ଦେଖା । ସୁରୁଖୁରୁରେ ତିନୋଟି ଯାକ ବିଭାଗର ଖାତା ଦେଖା ଶେଷ ହୋଇଥିବାବେଳେ ଏବେ ପରୀକ୍ଷା ଫଳ ପ୍ରକାଶ କରିବା ଦିଗରେ ସଜବାଜ ହେଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ସୂଚନା ଥାଉ କି, ତିନୋଟି ଯାକ ବିଭାଗର ମାନୁଆଲ ଖାତା ଦେଖା ସୁରୁଖୁରରେ ସରିଛି । ଜୁନ୍ ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ ।ଗତବର୍ଷ ଜୁନ୍ ୯ରେ ଏହି ତିନୋଟି ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଚଳିତ ଥର ଆଉ ସପ୍ତାହେ ବିଳମ୍ୱ ହେବ ବୋଲି କୁହାଯାଇଥିଲା । କିନ୍ତୁ ଦ୍ବିତୀୟ ସପ୍ତାହ ଅର୍ଥାତ୍‌ ଜୁନ୍‌ ୧୪ ଭିତରେ ମଧ୍ୟ ରେଜଲ୍ଟ ପ୍ରକାଶ ପାଇବ ନାହିଁ । ଆହୁରି ବିଳମ୍ବ ହେବ ବୋଲି ଏବେ ଜଣାପଡ଼ିଛି ।

ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଥିବାରୁ ସେମାନଙ୍କ ମାର୍କସିଟ୍‌ ଓ ସାର୍ଟିଫିକେଟ୍‌ ପ୍ରଦାନ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରାଥମିକତା ଦେଉଛି । ଆଗକୁ ମେଡିକାଲ, ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ହେବାକୁ ଥିବାରୁ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କର ସାର୍ଟିଫିକେଟ୍‌ ଆବଶ୍ୟକତା ଅଧିକ ରହିଛି । ତେଣୁ ଜୁନ୍‌ ୧୭ ସୁଦ୍ଧା ବିଦ୍ୟାଳୟଗୁଡ଼ିକରେ ସାର୍ଟିଫିକେଟ୍‌ ପହଞ୍ଚାଯିବ। ଏହି ସମୟ ମଧ୍ୟରେ ଉକ୍ତ ୩ଟି ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇପାରିବ ନାହିଁ ।

ଏନେଇ ଅଧ୍ୟାପକମାନେ ସହଯୋଗ କରିବାରୁ ଖାତା ମୂଲ୍ୟାୟନ ସୁରୁଖୁରୁରେ ହୋଇଥିଲା । ଏବେ ପ୍ରୋସେସିଂ କାମ ଚାଲିଛି । ତେବେ ଯେଉଁ ପିଲାଙ୍କ ରୋଲ ନମ୍ବର, ‌ପଞ୍ଜୀକରଣ ନମ୍ବର, ଖାତା ସେଟ୍‌ ଆଦି ଲେଖିବାରେ ତ୍ରୁଟି ହୋଇଛି, ସେଗୁଡିକୁ ପୁଣି ଯାଞ୍ଚ କରାଯାଛି । ୩ରୁ ୪ଦିନ ମଧ୍ୟରେ ଯାଞ୍ଚ ପ୍ରକ୍ରିୟା ଶେଷ ହେବ । ଏହାର ୪ ଦିନ ପରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଅର୍ଥାତ୍‌ ଜୁନ୍‌ ୧୮ରୁ ୨୧ ତାରିଖ ମଧ୍ୟରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷାର୍ଥୀଙ୍କ ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top