ନ୍ୟୁଜ୍

ଆଖିପିଛୁଳାକେ ଜଳିଗଲା ୩୦ ବଖରା, ସର୍ବସ୍ୱାନ୍ତ ହୋଇଗଲେ ସବୁ ପରିବାର…

BMP FIRE

ବ୍ରହ୍ମପୁର: ନିଆଁର ଆଁରେ ଅଧା ଗାଁ ! ହୁହୁ ହୋଇ ଜଳିଗଲା 30 ବଖରା । ଉଜୁଡ଼ିଗଲା 30 ପରିବାରର ଘର ସଂସାର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ଜିଲ୍ଲା ଗଞ୍ଜାମ ଅଞ୍ଚଳରେ । ପୁରୁତ୍ତୋମପୁର ଥାନା ଅଧିନରେ ଥିବା ସୁନାପଥର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଆଜି ସକାଳୁ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡର କାରଣ ଏବେ ସୁଦ୍ଧା ସ୍ପଷ୍ଟ ଜଣାପଡ଼ିନାହିଁ । ହେଲେ ଅଗ୍ନିକାଣ୍ଡରେ ଜଳିଯାଇଛି ଗାଁର ଅଧା ଘର । 30 ପରିବାରର ସମସ୍ତ ଆସବାବ ପତ୍ରଠାରୁ ଆରମ୍ଭ କରି ଖାଦ୍ୟ ବସ୍ତ୍ର ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ନିଆଁ ଲାଗିଥିବା ଖବର ପାଇ ଦୁଇ ଦୁଇଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହାଇନଥିଲେ । ନିଆଁ ଲିଭିବା ପୂର୍ବରୁ ସ୍ୱର୍ବସ୍ୱାନ୍ତ ହୋଇଯାଇଛନ୍ତି ଗାଁ 30 ପରିବାର ।

ସାହିରେ ପ୍ରଥମେ କୌଣସି କାରଣ ବଶତଃ ଗୋଟିଏ ଘରେ ନିଆଁ ଲାଗିଥିଲା । ପରେ କିଛି ଭାବିବା ଆଗରୁ ଗୋଟିଏ ପରେ ଗୋଟିଏ ଘରକୁ ଏହି ନିଆଁ ବ୍ୟାପିବାରେ ଲାଗିଥିଲା । ଅଧିକଂଶ ଘର ଚାଳ ଛପର ହୋଇଥିବାରୁ ନିଆଁ ଆଖିପିଛୁଳାଖେ ବ୍ୟାପି ଯାଇଥିଲା ।

ତେବେ ନିଆଁ ଲାଗିବାର ଅନେକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ସ୍ଥାନୀୟ ପ୍ରଶାସନ ଅଧିକାରୀ ସେଠାରେ ପହଞ୍ଚି ନାହାନ୍ତି । ଏତେ ବଡ଼ ଧରଣ ଅଗ୍ନିକାଣ୍ଡ ଘଟିଥିବା ବେଳେ ପ୍ରଶାସନ କିଭଳି ଚୁପ୍‌ ବସିଛି ସେନେଇ ସମସ୍ତଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଅଗ୍ନିକାଣ୍ଡରେ ଲୋକଙ୍କ ଚୁଡ଼ା ଚାଉଲ ଭଳି ଖାଦ୍ୟ ସାମଗ୍ରୀ ସବୁ ନଷ୍ଟ ହୋଇଯାଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କୁ ସହାୟତା ଦିଆଯାଉ ବୋଲି ଦାବି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top