X
Breaking News
ନ୍ୟୁଜ୍

‘ବାୟୁ’ ପ୍ରଭାବରେ ମୌସୁମୀର ବିଳମ୍ୱ ଆଗମନ

Monsoon

ଭୁବନେଶ୍ୱର: ଚଳିତ ବର୍ଷ ଅପେକ୍ଷା କରାଇବା ମୌସୁମୀ । ସାରା ଦେଶରେ ମୌସୁମୀ ବିଳମ୍ୱରେ ପହଞ୍ଚିବା ନେଇ ସୂଚନା ମିଳିଛି । ଏହିକ୍ରମରେ ଓଡ଼ିଶାରେ ମଧ୍ୟ ମୌସୁମୀ ବିଳମ୍ୱରେ ପହଞ୍ଚିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ପାଣିପାଗ ବିଭାଗର ସୂଚନାନୁସାରେ, ବାତ୍ୟା ‘ବାୟୁ’ ପ୍ରଭାବରେ ମୌସୁମୀ ଦେଶର ବିଭିନ୍ନ ପ୍ରାନ୍ତରେ ପହଁଚିବାରେ ବିଳମ୍ବ ହେବ । ଏବେ ମୌସୁମୀ କେରଳରେ ରହିଛି । ପୂର୍ବରୁ ରଜ ସମୟରେ ମୌସୁମୀ ଆସିବା ନେଇ ଆକଳନ କରାଯାଇଥିଲା । କିନ୍ତୁ ଏବେ ସୁଦ୍ଧା କେବେ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

ପ୍ରକାଶ ଥାଉ କି,ଗତ ୮ତାରିଖରେ ମୌସୁମୀ କେରଳ ଛୁଇଁଥିଲା । ଫଳରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top