ନ୍ୟୁଜ୍

ସମ୍‌ ହସ୍ପିଟାଲ୍‌ରେ ହେବ ଡାଇବେଟିକ୍ ରେଟିନୋପାଥି ନିରୂପଣ ଶିବିର

sum Hospital

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଚକ୍ଷୁ ବିଭାଗ ଆନୁକୂଲ୍ୟରେ ଆସନ୍ତା ନଭେମ୍ବର ୧୪ ତାରିଖ ଦିନ ବିଶ୍ୱ ମଧୁମେହ ଦିବସ ପାଳନ କରାଯିବ । ଏହି ଦିବସ ଉପଲକ୍ଷେ ବିନା ମୂଲ୍ୟରେ ମଧୁମେହ ପ୍ରଭାବିତ ଚକ୍ଷୁ ରୋଗ ନିରୂପଣ ଶିବିର ଆୟୋଜନ କରାଯାଇଛି ।

ସାଧାରଣତଃ ଚକ୍ଷୁର ରେଟିନା ବା ସ୍ନାୟୁପଟଳ ଚକ୍ଷୁର ଦୃଷ୍ଟି ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ମାତ୍ର ରେଟିନା ବା ସ୍ନାୟୁ ପଟଳର ସୁକ୍ଷ୍ମ ଶିରା ପ୍ରସିରା ଯେତେବେଳେ ଦୁର୍ବଳ ଓ ଆକ୍ରାନ୍ତ ହୋଇ ନିଷ୍କ୍ରିୟ ହୋଇପଡ଼େ ସେତେବେଳେ ବ୍ୟକ୍ତି ଦୃଷ୍ଟିଶକ୍ତି ହରାଇବାର ସମସ୍ୟା ଅନୁଭବ କରିଥାଏ । ଯେ କୌଣସି ବୟସରେ ମଧ୍ୟ ଚକ୍ଷୁର ରେଟିନା ସମସ୍ୟା ହେବାର ସମ୍ଭାବନା ରହିଥାଏ । ତଥ୍ୟ ଅନୁଯାୟୀ ଯୁବାବସ୍ଥାରେ ୨୦ ପ୍ରତିଶତ ଓ ବୟସ୍କମାନଙ୍କ କ୍ଷେତ୍ରରେ ୪୦ ପ୍ରତିଶତ ଏହି ସମସ୍ୟା ଦେଖାଯାଇଥାଏ ।

ଏକ ସୁସ୍ଥଜୀବନ ପାଇଁ ଚକ୍ଷୁର ସ୍ନାୟୁ ପଟଳ ବା ରେଟିନାକୁ ଅନ୍ତତଃ ବର୍ଷକୁ ଥରେ ଚକ୍ଷୁ ବିଶେଷଜ୍ଞଙ୍କ ପାଖରେ ପରୀକ୍ଷା କରାଇ ନେବା ଉଚିତ୍ । ସୂଚନାଯୋଗ୍ୟ ଯେ, ଆୟୋଜିତ ଏହି ସ୍ୱତନ୍ତ୍ର ଚକ୍ଷୁ ଶିବିରରେ ଯେଉଁମାନେ ଦୀର୍ଘ ଦିନ ଧରି ମଧୁମେହ ରୋଗରେ ପୀଡ଼ିତ, ସେମାନେ ବିନା ମୂଲ୍ୟରେ ନିଜର ରେଟିନାକୁ ସମ୍‌ର ଚକ୍ଷୁ ବିଭାଗରେ ଚକ୍ଷୁ ବିଶେଷଜ୍ଞଙ୍କ ଠାରୁ ପରୀକ୍ଷା କରାଇପାରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top