ନ୍ୟୁଜ୍

ସୋସିଆଲ ମିଡିଆରେ ପିଆଜ ଭିଡିଓ ଭାଇରାଲ୍‌, ଦେଖିଲେ ହସ ରୋକି ପାରିବେନି…

ONION video viral

ପିଆଜ ପାଇଁ ବେଙ୍ଗର ପ୍ରାଣମୁର୍ଚ୍ଛା କସରତ । ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏବେ ହାଣ୍ଡି ଶାଳରେ ପିଆଜ ମାଚଡ଼କ । ଗତ ଦୁଇ ସପ୍ତାହ ହେଲାଣି ଲୋକଙ୍କ ଆଖିରୁ ଲୁହ ନିଗାଡ଼ି ସାରିଲାଣି ପିଆଜ । ପିଆଜ ଦର ଏବେ 100 ଉପରେ ରହୁଥିବାରୁ ଏହାକୁ ନେଇ ଅନେକ ଗୀତ, ନାଚ, କମେଡି, ଆଦି ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସେହିଭଳି ପିଆଜ ଦର ବୃଦ୍ଧିକୁ ନେଇ ବେଙ୍ଗ ମଧ୍ୟ କସରତ ଆରମ୍ଭ କରିଦେଇଛି । ଭାଇରାଲ ଭିଡିଓରେ ପିଆଜକୁ ନେଇ ବେଙ୍ଗ କିପରି ପ୍ରାଣମୁର୍ଚ୍ଛା କସରତ ଚଳାଇଛି ତାହା ଦେଖିବାକୁ ମିଳିଛି । ଖାଲି କ’ଣ ସେତିକି ।

ପିଆଜର ମହଙ୍ଗା ମାଡ଼ ଯୋଗୁଁ, ଲୋକେ ଆଉ ସମ୍ଭାଳି ପାରୁ ନଥିବାରୁ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ପିଆଜ କିଣୁଥିବା ଲୋକଙ୍କୁ ଋଣ ପ୍ରଦାନ କରିବାକୁ ଆଗେଇ ଆସିଛି । ଯେଉଁମାନେ ପିଆଜ କିଣିବେ, ସେମାନେ ପିଆଜ ଅର୍ଥ କିସ୍ତିରେ ସୁଝି ପାରିବେ ବୋଲି ଘୋଷଣା କରିଥିବା ଏକ ଫଟୋ ଭାଇରାଲ ହୋଇଛି । ଏତିକିରେ ଶେଷ ହେଉ ନାହିଁ ପିଆଜର ଦବଦବା ।

ଲୋକେ ତରକାରିରେ ପିଆଜ ପକାଇ ପାରୁ ନଥିବାରୁ ତରକାରୀ କଢେଇରୁ ଉଠୁଥିବା ବାମ୍ଫରେ ପିଆଜକୁ ଦେଖାଇ ଦେଉଛନ୍ତି । ବାମ୍ଫରେ ପିଆଜ ବାସ୍ନା ଆସିଗଲେ ତାକୁ ନେଇ ପୁଣି ସାଇତି ରଖୁଛନ୍ତି । ପରେ ସେହି ଉପାୟରେ ରୋଷେଇ କରୁଛନ୍ତି । ଭଲକରି ଦେଖନ୍ତୁ ଏହି ଭାଇରାଲ ଭିଡିଓକୁ । ଏହି ଭାଇରାଲ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top