X
Breaking News
ନ୍ୟୁଜ୍

ପ୍ରଚଣ୍ଡ ଗ୍ରୀଷ୍ମ ଦାଉରେ ପାଟଣାଗଡ଼ରେ ଜମୁଛି ତାଳ ସଜ ବେପାର…

Tala saja

ବଲାଙ୍ଗିର: ଗ୍ରୀଷ୍ମ ଦିନେ ତାଳ ସଜ ଖାଇବାର ମଜା ହିଁ କିଛି ନିଆରା । ପ୍ରଚଣ୍ଡ ତାତିରୁ ରକ୍ଷା ପାଇବା ପାଇଁ ତଥା ପେଟକୁ ଥଣ୍ଡା କରିବା ପାଇଁ ଲୋକେ ବିଭିନ୍ନ ପ୍ରକାର ଫଳ ଖାଇବାକୁ ପସନ୍ଦ କରିଥାନ୍ତି । ଏହି ଗ୍ରୀଷ୍ମରେ ପାଟଣାଗଡ଼ ବ୍ଲକ ଭଇସା ଗ୍ରାମରେ ତାଳ ସଜ ବେପାରୀଙ୍କ ପାଖରେ ଭିଡ଼ ଦେଖିବାକୁ ମିଳିଛି ।

ବଲାଙ୍ଗିର ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ତାପମାତ୍ରା 45 ଡିଗ୍ରୀ ଉପରେ ରହୁଥିବା ବେଳେ ଦିନ 10ଟା ପରେ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି । ହେଲେ ଏହି ସମୟରେ ପାଟଣାଗଡ଼ ବ୍ଲକ ଭଇସା ଗାଁରେ କିଛି ପଥଚାରୀଙ୍କ ସାଥୀ ହୋଇଛି ରାସ୍ତା କଡରେ ବିକ୍ରି ହେଉଥିବା ଶୀତଳ ଫଳ ତାଳ ସଜ । ସହରର ସହରୀ ବାବୁ ହୁଅନ୍ତୁ କିମ୍ବା ଗାଁର ଗାଉଁଲି ମଣିଷ ସମସ୍ତେ ତାଳ ସଜ ଖାଇବାକୁ ବହୁତ ଭଲ ପାଆନ୍ତି । ଏହା ପେଟକୁ ଥଣ୍ଡା ରଖିଥାଏ । ଖରା ଦିନକୁ ଦିନ ଯେତେ ବଢୁଛି ତାଳସଜର ଚାହିଦା ସେତେ ବଢ଼ିବାରେ ଲାଗିଛି । ତାଳସଜ ସାବିତ୍ରୀ ବ୍ରତରେ ପ୍ରସାଦ ରୂପେ ମଧ୍ୟ ବ୍ୟବହାର କରାଯାଏ । ଅନ୍ୟପଟେ ଏହି ତାଳସଜ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜାଗାରେ ବିକ୍ରି କରାଯିବା ସହ ଛତିଶଗଡ଼ର ରାୟପୁରକୁ ମଧ୍ୟ ପଠାଯାଇଥାଏ ।

ଖରାଦିନରେ ଧନୀ ଓ ଗରିବଙ୍କ ପସନ୍ଦ ପାଲଟିଛି ତାଳସଜ । କିଏ ଏହି ତାଳ ସଜକୁ ଖାଇ ମଜା ନେଉଥିବା ବେଳେ ଆଉ କିଏ ଏହାକୁ ବିକ୍ରି କରି ନିଜ ପରିବାରର ପ୍ରତି ପୋଷଣ କରୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top